• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ । ଆଇସିୟୁ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଗୃହସଚିବ । ଆସାମରେ ଦେଖିବାକୁ ମିଳିଛି ଏମିତି ଏକ ଦୁଃଖଦ ଘଟଣା । ସୂଚନା ଅନୁସାରେ ଆସାମ ସରକାରରେ ଗୃହ ସଚିବ ଭାବେ କାର୍ଯ୍ୟ କରୁଥିଲେ ସିଲାଦତ୍ୟ ଛେତିଆ । ଗତ କିଛି ଦିନ ହେବ ତାଙ୍କ ପତ୍ନୀ କ୍ୟାନସର୍‌ ପୀଡ଼ିତ ଥିଲେ । କିନ୍ତୁ ଏହି ରୋଗରେ ଗତ ମଙ୍ଗଳବାର ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ କିନ୍ତୁ ସହିପାରିନଥିଲେ ସିଲାଦିତ୍ୟ । ଯାହାଫଳରେ ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ସିଲାଦିତ୍ୟ ଛେତିଆ ।

ଏହି ଘଟଣା ପରେ ପୋଲିସ୍‌ କହିଛି ଯେ, ଆସାମ ଗୃହ ସଚିବ ସିଲାଦିତ୍ୟ ଛେତିଆଙ୍କ ପତ୍ନୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଦିନ ଗୁଆହାଟିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ୨୦୦୯ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (ଆଇପିଏସ୍) ଅଧିକାରୀ ଛେତିଆ ଏହି ଖବର ସହି ପାରିନଥିଲେ ଏବଂ ପତ୍ନୀଙ୍କୁ ଦେଖିବାକୁ ଆଇସିୟୁ ଭିତରକୁ ଯାଇଥିଲେ । ଏହା ପରେ ସେ ତାଙ୍କ ଅଫିସିଆଲ୍ ରିଭଲଭରରେ ନିଜକୁ ଗୁଳି କରିଦେଇଥିଲେ ।

ପଢନ୍ତୁ ଏହି ଖବର: ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ସିଲାଦିତ୍ୟ ଛେତିଆଙ୍କ ପତ୍ନୀ ମଙ୍ଗଳବାର ଅପରାହ୍ମ ୪.୨୫ରେ ମୃତ୍ୟୁବରଣ କରିଥିଲେ । ପତ୍ନୀଙ୍କ ମୃତ୍ୟୁର ୧୦ ମିନିଟ୍‌ ପରେ ସେ ଆଇସିୟୁ ମଧ୍ୟକୁ ଆସିଥିଲେ । ଏବଂ ମେଡିକାଲ ଷ୍ଟାଫ୍‌ଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ମରଶରୀର ନିକଟରେ ପ୍ରାର୍ଥନା କରିବା ପାଇଁ ତାଙ୍କୁ କିଛି ସମୟ ଏକାକୀ ଦେବାକୁ । ତେବେ ମେଡିକାଲ ଷ୍ଟାଫ୍‌ ବାହାରିବା ପରେ ହଠାତ୍‌ ଏକ ଗୁଳି ଶବ୍ଦ ହୋଇଥିଲା ବୋଲି ମେଡିକାଲ କର୍ତ୍ତୁପକ୍ଷ କହିଛନ୍ତି ।

ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ହିତେଶ ବାରୁଆ କହିଛନ୍ତି ଯେ, ‘ଗୁଳି ଶବ୍ଦ ହେବା ପରେ ଆମେ ଭିତରକୁ ଯାଇ ଦେଖିଥିଲୁ କି ସିଲାଦିତ୍ୟଙ୍କ ମୃତଦେହ ତାଙ୍କ ପତ୍ନୀଙ୍କ ମୃତଦେହ ପାଖରେ ପଡ଼ିଥିଲା । ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ କିନ୍ତୁ କରିପାରିଲୁ ନାହିଁ । ସେ ନିଜକୁ ଗୁଳି କରିଥିଲେ’।

ଆସାମର ତିନସୁକିଆ ଓ ସୋନିତପୁର ଜିଲ୍ଲାର ଏସ୍‌ପି ଭାବେ ସିଲାଦିତ୍ୟ କାର୍ଯ୍ୟ କରିଥିଲେ। ଗୃହ ସଚିବ ଭାବେ କାର୍ଯ୍ୟ କରିବା ପୂର୍ବରୁ ସେ ଆସାମ ପୋଲିସ୍‌ ଚତୁର୍ଥ ବାଟାଲିଅନର କମାଣ୍ଡାଣ୍ଟ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ ।

ଆସାମ ପୋଲିସ୍‌ ଡିଜି ଜିପି ସିଂ ଗୃହ ସଚିବଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ‘ସିଲାଦିତ୍ୟଙ୍କ ପତ୍ନୀ କର୍କଟ ରୋଗରେ ମୃତ୍ୟୁବରଣ କରିବାର କିଛି ମିନିଟ ପରେ ସେ ଆତ୍ମହତ୍ୟା କରିଛନ୍ତି । ସିଲାଦିତ୍ୟ ଛେତିଆଙ୍କ ଦୁଃଖଦ ମୃତ୍ୟୁରେ ସମଗ୍ର ଆସାମ ପୋଲିସ ପରିବାର ଗଭୀର ଶୋକ ପ୍ରକାଶ କରିଛନ୍ତି’ ।

ପଢନ୍ତୁ ଏହି ଖବର: ଚାଲିଥିଲା ପିଜା ପାର୍ଟି..ହଠାତ୍ ସାନଭାଇକୁ ଗୁଳି କରି ନିଜକୁ ଶେଷ କରିଦେଲା ବଡ଼ଭାଇ

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now