/odishatv-khabar/media/post_attachments/uploadimage/library/16_9/16_9_0/Fire__1718848263.jpg)
Fire
ହୁତ୍ ହୁତ୍ ହୋଇ ଜଳିଗଲା ଫ୍ଲାଟ୍ । ଚାହୁଁ ଚାହୁଁ ଛାରଖାର ହୋଇଗଲା । ଭୁବନେଶ୍ବର ପଟିଆ ଛକରେ ଥିବା ଏକ ବହୁତଳ ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ମିଳିଥିବା ସୂଚନା ମୁତାବକ ନବମ ଫ୍ଲୋର୍ର ଏକ ଫ୍ଲାଟରେ ଆଜି ସକାଳୁ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଘରେ କେହି ନଥିବା ବେଳେ ଫ୍ଳାଟରେ କୌଣସି କାରଣରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଏହା ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା।
ପଢନ୍ତୁ ଏହି ଖବର: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ
ସୂଚନା ଅନୁସାରେ ଆଜି ସକାଳ ୬.୩୦ ସମୟରେ ପଟିଆ ଛକରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଫ୍ଲାଟ୍ ନମ୍ବର ୮୦୩ରେ ଧୁଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଲୋକ । ଅଗ୍ନିଶମ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ବେଶ୍ କିଛି ଘଣ୍ଟାର ଅପରେସନ୍ ପରେ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଅଗ୍ନିକାଣ୍ଡ ପରେ ଅନ୍ୟ ଫ୍ଲାଟରେ ଥିବା ଲୋକଙ୍କୁ ସେଠୁ ରେସ୍କ୍ୟୁ କରିବା କାଠିକର ହୋଇପଡ଼ିଥିଲା । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ ।
#ଆପାର୍ଟମେଣ୍ଟରେ_ନିଆଁ
ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ନିଆଁ । ଆପାର୍ଟମେଣ୍ଟରେ ଲାଗିଛି ଭୟଙ୍କର ନିଆଁ
ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ।#Bhubaneswar#Fire#OTVpic.twitter.com/nAbwgx9Y7h— ଓଟିଭି (@otvkhabar) June 20, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)