Advertisment

ନିଟ୍ ଓ UGC-NET ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା NSUI

ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
NSUI protests outside Education Minister Dharmendra Pradhan’s residence over NEET and UGC-NET issues

NSUI

ନିଟ୍ ଓ ୟୁଜିସି-ନେଟ୍ ପରୀକ୍ଷା ବିଭ୍ରାଟ ଓ ଅନିୟମିତତାକୁ ନେଇ ଦେଶବ୍ୟାପୀ ତୀବ୍ର ହେଉଛି ବିରୋଧ । ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଛାତ୍ରଛାତ୍ରୀ । ଆଜି ଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଆଗରେ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନ ବା NSUI ପକ୍ଷରୁ ବିକ୍ଷୋଭ କରାଯାଇଛି । ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି । NEET ପରୀକ୍ଷା ବିବାଦ ମାମଲାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।

Advertisment

ସେହିପରି ରଦ୍ଦ ହୋଇଛି ୟୁଜିସି-ନେଟ୍ ପରୀକ୍ଷା। ସ୍ବଚ୍ଛତାକୁ ନେଇ ସନ୍ଦେହ ପରେ ଶିକ୍ଷା ମନ୍ତ୍ରାଳୟ ୟୁଜିସି ପରୀକ୍ଷାକୁ ବାତିଲ କରିଛି । ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା। ପରେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବୁଝମଣା କରାଯାଇଥିବା କଥା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏହାପରେ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀ ତଦନ୍ତକାରୀ ସଂସ୍ଥା ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ଏବେ UGC-NET ପରୀକ୍ଷା ପୁଣି ଥରେ କରାଯିବ ଏବଂ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୂଚନା ଦିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଏକ୍ସରେ ସୂଚନା ଦିଆଯାଇଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପୁଣି ଉଦବେଗ ପ୍ରକାଶ ପାଇଛି।

ପଢନ୍ତୁ ଏହି ଖବର: ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

Advertisment

ସୂଚନା ଅନୁସାରେ ଗତ ମେ’ ୫ରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶବ୍ୟାପୀ ୪ ହଜାର ୭୫୦ ସେଣ୍ଟରରେ ପ୍ରାୟ ୨୪ ଲକ୍ଷ ପିଲା NEET ପରୀକ୍ଷା ଦେଇଥିଲେ। ତେବେ ୬ଟି ସେଣ୍ଟରରେ ପିଲାଙ୍କୁ ମିଳିଥିଲା ଭୁଲ୍ ପ୍ରଶ୍ନପତ୍ର । ପାଖାପାଖି ୩୦ ମିନିଟ୍ ପରେ ପରୀକ୍ଷାର୍ଥୀଙ୍କ ପାଖରେ ସଠିକ୍ ପ୍ରଶ୍ନପତ୍ର ପହଁଚିଥିଲା । ଏଥିଯୋଗୁଁ ସେସବୁ ସେଣ୍ଟରର ୧୫୬୩ ଛାତ୍ରଛାତ୍ରୀ ଟାଇମ୍ ଲସ୍‌ର ଶିକାର ହୋଇଥିଲେ । ସେମାନଙ୍କ ପାଇଁ ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା।

ତେବେ NEET ବିବାଦ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେବେ। ନଚେତ୍, ସେମାନଙ୍କୁ ଫାଇନାଲ୍‌ ମାର୍କ ଗ୍ରହଣ କରିବାକୁ ପଡ଼ିବ । NEET ବିବାଦକୁ ନେଇ ଦେଶବ୍ୟାପୀ ହଇଚଇ ମଧ୍ୟରେ ଏଭଳି କଡ଼ା ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ସେହିପରି ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।


ପଢନ୍ତୁ ଏହି ଖବର: IIT ଛାତ୍ର ଫୈଜନଙ୍କ ମୃତ୍ୟୁ ମାମଲା: ‘ଆତ୍ମହତ୍ୟା ନୁହେଁ; ଗୁଳି କରିବା ପରେ ଛୁରି ଭୁସି ହତ୍ୟା କରାଯାଇଛି’

Dharmendra Pradhan NSUI Education Minister NEET UGC NET Exam
Advertisment
Advertisment