• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଡବଲ୍‌ ନୁହେଁ ସାମ୍ନାକୁ ଆସିଲା ଟ୍ରିପଲ୍‌ ମର୍ଡର । ଦୁଇ ଦିନରେ ତିନି ହତ୍ୟା । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ । କାଲି ମାଆ, ଝିଅ ଏବଂ ଆଜି ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକରେ ଜଣେ ନାବାଳକର ନାରକୀୟ କାଣ୍ଡ । ଗତକାଲି ରାଇମଣି ଗାଁ ବିଲରୁ ମା, ଝିଅଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ମା, ଝିଅଙ୍କୁ ହତ୍ୟା ସନ୍ଦେହରେ ଜଣେ ନାବାଳକକୁ ଅଟକ ରଖାଯାଇଥିଲା ।

ଆଜି ସେହି ପାଖରୁ ଅଟକ ନାବାଳକର ଆଈର ମୃତଦେହ ମିଳିଛି । ଦୁଇ ଦିନ ତଳୁ ନାବାଳକ ନିଜ ଆଈକୁ ହତ୍ୟା କରିଥିବା ସନ୍ଦେହ । ଦୁଇ ଦିନ ତଳୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଟ୍ରିପଲ୍‌ ମର୍ଡର ଅଭିଯୋଗରେ ନାବାଳକଙ୍କୁ ପଚରାଉଚରା ଜାରି ରଖିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ।

ପଢନ୍ତୁ ଏହି ଖବର: IIT ଛାତ୍ର ଫୈଜନଙ୍କ ମୃତ୍ୟୁ ମାମଲା: ‘ଆତ୍ମହତ୍ୟା ନୁହେଁ; ଗୁଳି କରିବା ପରେ ଛୁରି ଭୁସି ହତ୍ୟା କରାଯାଇଛି’

ସୂଚନା ଅନୁସାରେ ଗତକାଲି ଭଦ୍ରକ ଜିଲ୍ଲା ରାଇମଣି ଛକ ନିକଟରେ ରହୁଥିବା ମା’ ଓ ଝିଅ ମେଡିକାଲ ଯାଇଥିଲେ । କିନ୍ତୁ କିଛି ସମୟ ପରେ ଲୋକ ବିଲରେ ମା’ର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉକ୍ତ ମୃତଦେହ ପାଖରେ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ମା’ ମୃତଦେହ ଯେଉଁଠାରେ ମିଳିଥିଲା ତା’ର ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ୬ ବର୍ଷ ଝିଅର ମୃତଦେହ ମିଳିଥିଲା ।

ତେବେ ଲୋକଙ୍କୁ ଦେଖି ନାବାଳକ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୋଲିସ ଜିମା ଦେଇଥିଲେ । ସେପଟେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କ’ଣ ପାଇଁ ନାବାଳକ ଜଣକ ଅତି ବିଭତ୍ସ ଭାବେ ତିନୋଟି ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି ।

ପଢନ୍ତୁ ଏହି ଖବର: ଚାଲିଥିଲା ପିଜା ପାର୍ଟି..ହଠାତ୍ ସାନଭାଇକୁ ଗୁଳି କରି ନିଜକୁ ଶେଷ କରିଦେଲା ବଡ଼ଭାଇ

    OTV is now on Whatsapp

    Join and get latest news update delivered to you via whatsapp

    Join Now