• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଅଗ୍ନିଶମ ବାହିନୀ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ୨ ଛାତ୍ର ନିଖୋଜ ଥିଲେ। ତେବେ ଆଜି ସକାଳୁ ଅଧ ଘଣ୍ଟା ଧରି ସର୍ଚ୍ଚ ଅପରେସନ୍‌ ପରେ ଧବଳହାର ନିକଟରୁ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। 

ଆଜି ଉଦ୍ଧାର ହୋଇଥିବା ୨ ଛାତ୍ର ହେଲେ- ବାଲେଶ୍ୱର ର ରୋହିତ ପରିଡ଼ା ଓ ପ୍ରତୀକ ଧଳସାମନ୍ତ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଥିଲେ। ଏମାନେ ସମସ୍ତେ ଭୋଜି ସାରି କୁଆଖାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ।

ସୂଚନା ଅନୁସାରେ, ଗତକାଲି ଏକ ଘରୋଇ କଲେଜର ୯ ଜଣ ଛାତ୍ର ଭୋଜି ସାରି କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ଏହି ସମୟରେ ବାଲିଅନ୍ତା ଥାନା ଧବଳହାର ନିକଟରେ ୪ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ  ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ଖୋଜାଖୋଜି କରିଥିଲା। କାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। 

  • Reported by:
  • ARACHANA SATPATHY