Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଭୁଲ୍‌ ରାସ୍ତାରେ ଆସି କାର୍‌କୁ ସାମ୍ନାପଟୁ ଧକ୍କା ଦେଲା ସ୍କୁଲ୍‌ ବସ୍‌, ୬ ମୃତ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାସହ କାର୍‌ରେ ଥିବା ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
School Bus SUV Crash On Delhi-Meerut Expressway

School Bus SUV Crash On Delhi-Meerut Expressway

ଦିଲ୍ଲୀ-ମେରଟ ଏକ୍ସପ୍ରେସ୍‌ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଜାତୀୟ ରାଜପଥ-୯ ଦିଲ୍ଲୀ-ମେରଟ ଏକ୍ସପ୍ରେସ୍‌ୱେର ଲାଲ୍‌କୁଆଁରୁ ଦିଲ୍ଲୀ ଅଭିମୁଖେ ଥିବା ଲେନ୍‌ରେ ଦୁର୍ଘଟଣା ହୋଇଛି।

Advertisment

ସ୍କୁଲ୍‌ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ଯୋଗୁ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି।

ଭୟଙ୍କର ସଡ଼କ ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି, ଏଥିରେ ବସ୍‌ ଡ୍ରାଇଭରଙ୍କ ଭୁଲ୍‌ ଥିଲା। ବସ୍‌ ଭୁଲ୍‌ ରାସ୍ତାରେ ଆସୁଥିବା ବେଳେ ହାଇୱେରେ ଏକ ଏସ୍‌ୟୁଭି କାର୍‌ ଫୁଲ୍‌ ସ୍ପିଡ୍‌ରେ ଆସୁଥିଲା। ଏହି ସମୟରେ ସାମ୍ନା ପଟୁ କାର୍‌କୁ ବସ୍‌ ଧକ୍କା ଦେଇଥିଲେ। 

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାସହ କାର୍‌ରେ ଥିବା ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।ମୃତକମାନେ ଗୁରଗାଓଁ ଯାଉଥିଲେ। ଅନ୍ୟପକ୍ଷେ, ବସ୍‌ ଡ୍ରାଇଭରଙ୍କୁ ପୋଲିସ୍‌ ଗିରଫ କରି ପଚରାଉଚରା ଚଳାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି ପୋଲିସ୍‌ ।

Accident
Advertisment
Advertisment