Advertisment

ଏଣିକି ବୈଷ୍ଣୋ ଦେବୀ ଯାତ୍ରା ସମୟରେ ନେଇପାରିବେନି ଏସବୁ ଜିନିଷ, ଲାଗିଲା ବ୍ୟାନ୍‌...

ବୈଷ୍ଣୋ ଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rules changed for Vaishno Devi Yatra

Rules changed for Vaishno Devi Yatra

ବୈଷ୍ଣୋ ଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ଏଣିକି ବୈଷ୍ଣୋ ଦେବୀ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କ୍ୟାମେରା, ଲାପ୍‌ଟପ୍‌ ଓ ଟ୍ୟାବ୍‌ ନେଇପାରିବେ ନାହିଁ। ଏସବୁ ଜିନିଷ ଉପରେ ବ୍ୟାନ୍‌ ଲଗାଯାଇଛି। ଏହିସବୁ ଜିନିଷକୁ କଟ୍‌ରାରେ ରଖି ଆପଣଙ୍କୁ ଯାତ୍ରା କରିବାକୁ ହେବ। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Advertisment

ତେବେ ମୋବାଇଲ୍‌ ଫୋନ୍‌ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଫୋନ୍‌ ଜରିଆରେ ଶ୍ରଦ୍ଧାଳୁମାନେ ସେମାନଙ୍କ ପରିଜନଙ୍କ ସହ ଯୋଗାଯୋଗରେ ରହିଥାନ୍ତି। ତେଣୁ ଫୋନ୍‌ ଉପରେ କୌଣସି ପ୍ରତିବନ୍ଧକ ଲାଗିନଥିବା ଜଣାପଡ଼ିଛି। ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ନୂଆ ନିୟମ ସମ୍ପର୍କରେ କଟ୍‌ରାରେ ଥିବା ସୂଚନା କେନ୍ଦ୍ରରେ ଘୋଷଣା କରାଯାଉଛି। ଏହାସହ ବିଭିନ୍ନ ସ୍ଥାନରେ ସାଇନ୍‌ ବୋର୍ଡ ମଧ୍ୟ ଲଗାଯାଇଛି।

ସୂଚନାଥାଉ କି, ବିଭିନ୍ନ ସ୍ଥାନରୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ସେମାନଙ୍କର କ୍ୟାମେରା, ଲାପ୍‌ଟପ୍‌, ଟ୍ୟାବ୍‌ ଇତ୍ୟାଦି ଭଳି ଉପକରଣକୁ କଟ୍‌ରାରେ ପର୍ଯ୍ୟଟନ ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଅଫିସରେ ରଖିବାକୁ ହେବ। ଏହାବ୍ୟତୀତ ଯେଉଁ ହୋଟେଲ୍‌ କିମ୍ବା ଗେଷ୍ଟହାଉସ୍‌ରେ ଶ୍ରଦ୍ଧାଳୁମାନେ ରହିବେ, ସେହି ସ୍ଥାନରେ ମଧ୍ୟ ଚାହିଁଲେ ଏସବୁ ଜିନିଷ ରଖିପାରିବେ। 

Advertisment

ଯଦି ବ୍ୟାନ୍‌ ହୋଇଥିବା ଜିନିଷ ସବୁ ଶ୍ରଦ୍ଧାଳୁ ନିଜ ସହ ନେବାକୁ ଚାହିଁବେ, ତା’ହେଲେ ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ୍‌ର ଅନୁମତି ନେବାକୁ ପଡ଼ିବ। 

Advertisment
Advertisment