୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଯାଇଥିବା ତାରରେ ଗୋଟିଏ ପାରା ଗୋଡ଼ରେ ସୂତା ଲାଗି ଛନ୍ଦି ହୋଇ ଝୁଲି ପଡିଥିଲା। ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାରାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ।
ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ।
‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍ସି ଏହି ସଫେଇ ସ୍ଲୋଗାନ ଦେଇଛି।
ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କୋହଳ ହେଲା ପଞ୍ଚାୟତ ନିର୍ବାଚନ କଟକଣା। ଏଣିକି ପ୍ରାର୍ଥୀମାନେ ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ। ଏହାସହ ରାଜନୈତିକ ସଭାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି।
ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।
କରୋନା କଟକଣା ଭିତରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍ରେ ପାଠପଢ଼ା ଆରମ୍ଭ ହୋଇଛି। ଏଥିପାଇଁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜେସନ ବ୍ୟବସ୍ଥା ଇତ୍ୟାଦି ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ।
ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହୋଇପାରେ।
କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି।
ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀ କିଛି ସମୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅଟକ ରଖିଥିଲେ।
ମୋବାଇଲ୍ ଟାୱାର ପାଇଁ ୩୯୩୩ ସାଇଟ୍ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍ ଟାୱାର ହେବ।ପ୍ରେସ୍ମିଟ୍ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ଟିଭି ସିରିୟଲ ‘Ghum Hai Kisikey Pyaar Meiin’ରେ ଅଭିନୟ କରିଥିବା ‘ଭବାନୀ କାକୁ’ ଓରଫ ଅଭିନେତ୍ରୀ କିଶୋରୀ ରାହାଣେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା ଛୁଇଁ ଯିବ।
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।
ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।...