• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଚାରିଟି ବିଭାଗ, ଚାରି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ। ଶେଷରେ ଉଦ୍ଧାର ହେଲା ପାରା। ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଯାଇଥିବା ତାରରେ ଗୋଟିଏ ପାରା ଗୋଡ଼ରେ ସୂତା ଲାଗି ଛନ୍ଦି ହୋଇ ଝୁଲି ପଡିଥିଲା। ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାରାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।  ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖ ଏହି ଘଟଣା ଘଟିଥିଲା। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ଲୋକ ଏବଂ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଦେଖୁଥିଲେ ଆଉ ଆହା ପଦେ କହି ଦୁଃଖ ପ୍ରକାଶ କରି ପଳାଉ ଥିଲେ। ୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପାରାଟି ସେମିତି ଝୁଲି ଛଟପଟ ହେଉଥାଏ। ଶେଷରେ ପାରାକୁ ଉଦ୍ଧାର କରିବା ଲାଗି ଦମକଳ ବାହିନୀ ପହଞ୍ଚି ଥିଲା। ପାରାଟିକୁ ସେଠାରୁ ବାହାର କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ସୁଦ୍ଧା, କୌଣସି ସୁଫଳ ମିଳିପାରି ନଥିଲା। 

 

ଉପାୟଶୂନ୍ୟ ହୋଇ ଏନ୍‌ଡିଆର୍‌ଏଫ୍‌କୁ ଖବର ଦିଆଯାଇଥିଲା। ଏନ୍‌ଡିଆର୍‌ଏଫ୍‌ କର୍ମଚାରୀ ମଧ୍ୟ ଫେଲ୍‌ ମାରିଥିଲେ। ଶେଷରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପାରାଟିକୁ ଜୀବିତ ଭାବେ ଉଦ୍ଧାର କରାଯାଇଥିଲା। ଚାରି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପାରାଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା। ଉଦ୍ଧାର ପରେ ପାରା ଗୋଡ଼ରୁ ସୂତା ବାହାର କରାଯାଇ ମୁକ୍ତ ଆକାଶକୁ ଛଡ଼ା ଯାଇଥିଲା।