/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644122324.jpg)
Legendary Singer Lata Mangeshkar Dies
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
କରୋନା ପଜିଟିଭ୍ ସହ ସେ ନିମୋନିଆରେ ପୀଡ଼ିତ ଥିଲେ। ପରେ ସୁସ୍ଥ ହୋଇଥିଲେ। ଜାନୁଆରୀ ୧୧ରେ କୋଭିଡ଼ ପଜିଟିଭ ହେବା ପରଠୁ ଲତା ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।
ସୂଚନାଥାଉ କି, ୨୦୧୯ ନଭେମ୍ବରରେ ଭାଇରାଲ୍ ଚେଷ୍ଟ୍ congestion ଯୋଗୁ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲେ।
୧୯୨୯ରେ ମହାରାଷ୍ଟ୍ରରେ ଲତା ମଙ୍ଗେସକର ଜନ୍ମଗ୍ରହଣ କରିଥିଲେ। ଖୁବ୍ କମ୍ ବୟସରୁ ଲତା ମଙ୍ଗେସକର ଗୀତ ଗାଇବା ଆରମ୍ଭ କରିଥିଲେ। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଗୀତ ଗାଇଛନ୍ତି ଲତା। ଓଡ଼ିଆରେ ସେ ମଧ୍ୟ ଗୀତ ଗାଇଛନ୍ତି। ଲତା ୧୯୭୪ରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ।
୨୦୦୧ରେ ତାଙ୍କୁ ଭାରତ ରତ୍ନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଖାଲି ଭାରତ ରତ୍ନ ନୁହେଁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍କେ ଆୱାର୍ଡ ଓ ଅନେକ ଜାତୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। ଲତାଙ୍କୁ ମିଳିଥିଳା ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫ୍ରାନ୍ସରେ ଲତାଙ୍କୁ ‘ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନର’ ସମ୍ମାନ ମିଳିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)