Advertisment

ଅଭିନେତ୍ରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଗାଡ଼ିରେ ଥିଲେ ଅଭିନେତ୍ରୀ

ଟିଭି ସିରିୟଲ ‘Ghum Hai Kisikey Pyaar Meiin’ରେ ଅଭିନୟ କରିଥିବା ‘ଭବାନୀ କାକୁ’ ଓରଫ ଅଭିନେତ୍ରୀ କିଶୋରୀ ରାହାଣେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actress Kishori Rahane

Actress Kishori Rahane

ଟିଭି ସିରିୟଲ ‘Ghum Hai Kisikey Pyaar Meiin’ରେ ଅଭିନୟ କରିଥିବା ‘ଭବାନୀ କାକୁ’ ଓରଫ ଅଭିନେତ୍ରୀ କିଶୋରୀ ରାହାଣେ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୌଭାଗ୍ୟବଶତଃ, କିଶୋରୀ ଓ ତାଙ୍କ ପରିବାର ଲୋକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଭର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଅଭିନେତ୍ରୀଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। 

Advertisment

ଇନ୍‌ଷ୍ଟାଗ୍ରାମରେ କିଶୋରୀ ଦୁର୍ଘଟଣା ବେଳର ଦୃଶ୍ୟ ଶେଆର କରିବା ସହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯିବା ନେଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରକ୍‌ ଓ କାର୍‌ ମଧ୍ୟରେ ଏହି ଦୁର୍ଘଟଣାରେ କିଶୋରୀଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। ଫଟୋ ଶେଆର କରି କିଶୋରୀ ଲେଖିଛନ୍ତି,‘ଆମ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା...ଏଥିରେ କାର୍‌ କ୍ଷତିଗ୍ରସ୍ତ ହୋଇଛି, ଭଗବାନଙ୍କ କୃପାରୁ ଅଳ୍ପକେ ଜୀବନ ବର୍ତ୍ତି ଯାଇଛି। ଭଗବାନ ଯାହାକୁ ରଖିବେ ତାକୁ କେହି ବି ମାରି ପାରିବେ ନାହିଁ।’

Advertisment

କିଶୋରୀଙ୍କ ଏହି ପୋଷ୍ଟ ପରେ ତାଙ୍କର କୋ-ଷ୍ଟାରଙ୍କ ସମେତ ଫ୍ୟାନ୍ସ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ନିଜର ଧ୍ୟାନ ରଖନ୍ତୁ, ଭଗବାନ ତୁମ ଉପରେ କୃପା କରନ୍ତୁ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଠିକ୍‌ ଅଛନ୍ତି ମ୍ୟାମ୍‌, ସୁରକ୍ଷିତ ରୁହନ୍ତୁ’।

ମରାଠୀ ଫିଲ୍ମରେ ମଧ୍ୟ କିଶୋରୀ ଅନେକ ନାଁ କରିଛନ୍ତି।  ‘Ghum Hai Kisikey Pyaar Meiin’ ସିରିୟଲରେ ସେ ଭବାନୀ କାକୁ ଚରିତ୍ରରେ ନଜର ଆସିଛନ୍ତି। ସିରିୟଲରେ ତାଙ୍କର ଏହି ଚରିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ସେ ଉଭୟ ଟିଭି ଓ ଫିଲ୍ମରେ କାମ କରିଛନ୍ତି। ସେ ‘ଶିରିଡି ସାଇ ବାବା’, ‘Hafta Bandh’, ‘ପ୍ୟାର୍‌ କା ଦେବତା’, ‘କର୍ମା’, ‘ମୁମ୍ବାଇ ଗଡ୍‌ଫାଦର’, ‘ପ୍ୟାର୍‌ ମେଁ ଟ୍ୱିଷ୍ଟ୍‌’, ‘ସାଦି ସେ ପହଲେ’ ଫିଲ୍ମରେ ନଜର ଆସିଛନ୍ତି। ଏହାସହ ସହ ଛୋଟ ପରଦା ଓ ଅନେକ ଶୋ’ରେ ମଧ୍ୟ କାମ କରି ସାରିଛନ୍ତି। 


 
 
 
 
 
 
 
 
 
 
 
 
 
 

A post shared by Bobby Vij (@bobbyvij17)

Actress Kishori Rahane
Advertisment
Advertisment