ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।
ଢିଙ୍କିଆରୁ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି।
ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ।
ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ।
ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍କୁ ନେଇ PSLV-C52 ମହାକାଶକୁ ଯାଇଛି।
ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ଥମିବା ପରେ ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।
ଶହେ କି ଦୁଇ ଶହ କିଲୋ ନୁହେଁ, ଗତ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୋଲିସ୍।
ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି।
ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ।
ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଶାଢ଼ୀରେ ବାନ୍ଧି ପୁଅକୁ ୧୦ ମହଲାରୁ ତଳକୁ ଝୁଲାଇ ଦେଲା ମା’। ଶିଶୁଟି ଶାଢ଼ୀକୁ ଧରି ଧୀରେ ଧୀରେ ବିଲ୍ଠିଂ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ରାତି ୧୦ଟାରେ ମହାଦୀପ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି।
ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।
କେବେ ହ୍ରାସ ପାଇବ ମହାମାରୀ କରୋନାର ପ୍ରକୋପ ? କେବେ କମିବ କରୋନାର କଠିନ ପରିସ୍ଥିତି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡସ୍ ଆଧନମ୍ ଏହାର ଉତ୍ତର ରଖିଛନ୍ତି।
ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍ସେଲ୍ ମାର୍କେଟ ସ୍ଥାନାନ୍ତରିତ ହେବ।
ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ କାର୍ଯ୍ୟାନୁଷ୍ଠାନ ଶୂନ୍।
ମାର୍କେଟ୍କୁ ସର୍ପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି।
ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ୍ ରହିବ। ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ରହିବ। ତେଣୁ ନୂଆ ଭାରିଆଣ୍ଟ୍ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।