Advertisment

ପଞ୍ଚାୟତ ନିର୍ବାଚନ: କୋହଳ ହେଲା କଟକଣା

କୋହଳ ହେଲା ପଞ୍ଚାୟତ ନିର୍ବାଚନ କଟକଣା। ଏଣିକି ପ୍ରାର୍ଥୀମାନେ ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ। ଏହାସହ ରାଜନୈତିକ ସଭାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Election Campaign

Election Campaign

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ କଟକଣା କୋହଳ କରିଛନ୍ତି। ଏଣିକି ପ୍ରାର୍ଥୀମାନେ ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। ସେହିପରି ସଭାକୁ ମଧ୍ୟ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ୩୦୦ଶହ ଲୋକଙ୍କୁ ନେଇ ସଭା କରାଯାଇପାରିବ। ଏନେଇ ପ୍ରେସ୍‌ମିଟ୍‌ରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। 

Advertisment

ତେବେ ପୂର୍ବ ଭଳି ରାଲି, ପଦଯାତ୍ରା ଓ ବାଇକ୍ ରାଲି ଉପରେ କଟକଣା ବଳବତ୍ତର ରହିଛି। ଆସନ୍ତା ଫେବୃଆରୀ ୧୪ରୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେଉଛି। ଏଣୁ ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ କଟକଣା ଖୁଲମଖୁଲା ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର କଟକଣା କୋହଳ କରିଥିବା କୁହାଯାଉଛି। ଫଳରେ କଟକଣା ଉଲ୍ଲଂଘନ କରିବା କମିବ ବୋଲି ଆଶା କରାଯାଉଛି।ୟ

ନିର୍ବା ଅଳ୍ପଦିନ ଥିଲେ ମଧ୍ୟ କଟକଣା କୋହଳ ପରେ ପ୍ରାର୍ଥୀମାନେ ଭଲ ଭାବେ ପ୍ରଚାର କରିପାରିବେ। ଅନ୍ୟ ରାଜ୍ୟରେ ନିର୍ବାଚନ ହେଉଥିବାରୁ ସେଠାରେ କଟକଣା କୋହଳ କରାଯାଇଛି। ଅନ୍ୟପକ୍ଷେ, କରୋନା ସଂକ୍ରମଣ ହାର ମଧ୍ୟ କମିଥିବାରୁ ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଟକଣା କୋହଳ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା।

Advertisment

ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ କଟକଣା କୋହଳ ନେଇ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ସେପଟେ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନର କହିଛନ୍ତି। 

Odisha Panchayat Polls Odisha Panchayat Elections
Advertisment
Advertisment