Floating bridge vessel stucks in Chilika
ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।
Advertisment
ଦୀର୍ଘ ସମୟ ହେଲା ଭସାପୋଲଟି ମହିଁଷା ଗାଁ ନିକଟରେ ଅଟକି ରହିଥିବା ଜଣାପଡ଼ିଛି। ଚିଲିକାରେ ଜଳ ହ୍ରାସ ପାଉ ଥିବାବେଳେ ଭସାପୋଲ ଯାତ୍ରା କରୁଥିବା ସ୍ୱତନ୍ତ୍ର ଚ୍ୟାନେଲ୍ ପୋତି ହୋଇଯିବା କାରଣରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଜଣାପଡ଼ିଛି।
ସୂଚନାଥାଉ କି, ଗତ ଜାନୁଆରୀ ୨୦ ତାରିଖରେ ଚିଲିକା ମଝିରେ ଭସାପୋଲ ଅଟକିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)