• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ଆଜି ଯଗି ରଖି ଚଳନ୍ତୁ। ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁ ମନ ଭାରାକ୍ରାନ୍ତ ହୋଇପାରେ। ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇପାରନ୍ତି।
ପ୍ରତିକାର- ୭ଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଗ୍ରାମ ଦେବତୀଙ୍କୁ ଚଢାନ୍ତୁ

ବୃଷ: ଆଜି ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ କରି ପ୍ରଶଂସିତ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ।

ପ୍ରତିକାର- ୩ଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ

ମିଥୁନ: ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତ କାର୍ଯ୍ୟ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ।
ପ୍ରତିକାର- ୭ଟି ପାନ ପତ୍ର ଓ ୭ଟି ଦୁବ ଶ୍ରୀ ଗଣେଶଙ୍କୁ ଚଢାନ୍ତୁ

କର୍କଟ: ଆଜି ହସ ଖୁସିରେ ଦିନଟି କାଟିବେ। କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ। 
ପ୍ରତିକାର- ହଳଦୀ ରଙ୍ଗ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ସିଂହ: ଆଜି  ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ଅପରାହ୍ନରେ କୌଣସି ଶୁଭଖବର ପାଇ ଖୁସି ହେବେ। ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ।
ପ୍ରତିକାର- ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

କନ୍ୟା: ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଜୀବନ ସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ଼ ହେବ।
ପ୍ରତିକାର- କିଛି ଅରୁଆ ଚାଉଳ କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ 

ତୁଳା: ଆଜି ମାନସିକ ଚିନ୍ତା ଶାରୀରିକ ଅସୁସ୍ଥତା ଯୋଗୁ ମନ ଭାରାକ୍ରାନ୍ତ ହେବ। କୌଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଁଞ୍ଚିବେ। ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ପାରନ୍ତି। 
ପ୍ରତିକାର- ରାଶି ତେଲର ଦୀପଟିଏ ମା’ କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ

ବିଛା: ଆଜି ବହୁ ଦିନର ଆଶା ଅଭିଳାଷ ପୂରଣ ହେବ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତ କାର୍ଯ୍ୟ ହେବେ। 
ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ୭ଟି ପେଡ଼ା ହନୁମାନଙ୍କ ପାଖରେ ଭୋଗ କରନ୍ତୁ

ଧନୁ: ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି। ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। 
ପ୍ରତିକାର- ମହାପ୍ରଭୁ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ। ତାଙ୍କ ପାଖରେ ଘୃତ ଦୀପ ଟିଏ ପ୍ରଦାନ କରନ୍ତୁ।

ମକର: ଆଜି ସାଧାରଣ କଥାରେ ପରିବାରରେ ଭୁଲ୍ ବୁଝାମଣା ଦେଖାଦେଇପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି। 
ପ୍ରତିକାର- କଉଡିଟିଏ ନିଜ ପାଖରେ ରଖନ୍ତୁ

କୁମ୍ଭ: ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।
ପ୍ରତିକାର- କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମୀନ: ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ କୌଣସି ସଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ।
ପ୍ରତିକାର- ଗାୟତ୍ରୀ ମହାମନ୍ତ୍ରକୁ ୨୭ଥର ଜପ କରନ୍ତୁ