Advertisment

ଦିନ ଥିଲା କେବଳ ଚା’, ବିସ୍କୁଟ ଖାଇ ସାରାଦିନ ରହି ଯାଉଥିଲେ ଲତା...

ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା  ଛୁଇଁ ଯିବ।

author-image
Rajalaxmi Sahoo
Lata Mangeshkar Dies

Lata Mangeshkar Dies

୯୨ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର। ଚିକିତ୍ସାଧୀନ ଅବସ୍ଥାରେ ମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଲତାଙ୍କ ଦେହାନ୍ତରେ ସାରା ଦେଶ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ କୋକିଳ କଣ୍ଠୀ ଲତା ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ଏହି ସଂଘର୍ଷ କାହାଣୀ ଜାଣିଲେ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଏହା  ଛୁଇଁ ଯିବ। 

Advertisment

କିଭଳି ଭାବେ ସଂଘର୍ଷ କରି ଜୀବନରେ ଆଗକୁ ବଢ଼ିଥିଲେ ଲତା ନିଜେ ଏହା କହିଥିଲେ। ତାଙ୍କର ଏହି ସଂଘର୍ଷ କାହାଣୀ ଯତିନ୍ଦ୍ର ମିଶ୍ରଙ୍କ ବହି ‘ଲତା ସୁର ଗାଥା’ରେ ଉଲ୍ଲେଖ କରାଯାଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଲତା ସୁର ଗାଥା'କୁ ସମ୍ମାନିତ କରାଯାଇଛି।

କାମ କରିବା ପାଇଁ ଲତାଙ୍କ ଆଗ୍ରହ ଏତେ ଥିଲା ଯେ, ସେ ଖାଇବା, ପିଇବା ମଧ୍ୟ ଭୁଲି ଯାଉଥିଲେ। କେବଳ ଚା’ କିମ୍ବା ପାଣି ପିଇ ସେ ଦିନ କାଟି ଦେଉଥିଲେ। ଲତା କହିଥିଲେ, ‘ରେକର୍ଡିଂ କରୁ କରୁ ବେଳେ ବେଳେ ମୁଁ ଥକି ଯାଉଥିଲି ଓ ବହୁତ ଜୋରରେ ଭୋକ ମଧ୍ୟ ଲାଗେ। ସେହି ସମୟରେ ରେକର୍ଡିଂ ଷ୍ଟୁଡିଅରେ କ୍ୟାଣ୍ଟିନ ଥିଲା। ହେଲେ କିଛି ଭଲ ଖାଇବା ନଥିଲା। କେବଳ ଚା’ ଏବଂ ବିସ୍କୁଟ ଇତ୍ୟାଦି ଥିଲା। ଗୋଟିଏ କିମ୍ବା ଦୁଇ କପ୍ ଚା’ ସହ ୨-୪ଟି ବିସ୍କୁଟ ଖାଇ ସାରାଦିନ କଟି ଯାଉଥିଲା। ଅନେକ ଥର ଖାଲି ପାଣି ପିଇ ଦିନ କଟି ଯାଉଥିଲା। ଏପରିକି କ୍ୟାଣ୍ଟିନ ଯାଇ ଚା’ ପିଇବାକୁ ମଧ୍ୟ ଭୁଲି ଯାଉଥିଲି। ସବୁବେଳେ ମନରେ ଗୋଟିଏ କଥା ଥିଲା, କିଭଳି ଭାବେ ମୁଁ ପରିବାର ଲୋକଙ୍କ ଦେଖାଶୁଣା କରିବି’। 

Advertisment

‘କିଭଳି ଭାବେ ଅଧିକରୁ ଅଧିକ ଟଙ୍କା କମାଇ ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବି, ଏହା ଭାବି ଭାବି ପୁରା ସମୟ କଟି ଯାଉଥିଲା। ରେକର୍ଡିଂ କିମ୍ବା ଏହାସହ ଜଡ଼ିତ ସମସ୍ୟାରେ ମୋର କୌଣସି ଅସୁବିଧା ନଥିଲା। କାହିଁକି ନା ସବୁବେଳେ ଭାବୁଥିଲି ଆଗାମୀ ଦିନରେ ମୋର ଆଉ କେତେ ଗୀତ ରେକର୍ଡିଂ ହେବ’ ବୋଲି ଲତା କହିଥିଲେ। ଲତାଙ୍କ ଜୀବନର ଏହି ସଂଘର୍ଷ କାହାଣୀ  'ଲତା ସୁର ଗାଥା'ରେ ଉଲ୍ଲେଖ ରହିଛି। 

Lata Mangeshkar Singer Lata Mangeshkar Lata Mangeshkar Death
Advertisment
Advertisment