Advertisment

ନେଟ୍‌ୱର୍କ ଓଡ଼ିଶାର, ହେଲେ କାମ ହେଉଛି ପଡ଼ିଶାର...କୋଟିଆରେ ଗୋଟିଏ ପରେ ଗୋଟିଏ ଚାଲ ଚଳାଇଛି ଆନ୍ଧ୍ର

କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି।

author-image
Rajalaxmi Sahoo
Andhra Govt Initiates Health Card Scheme

Andhra Govt Initiates Health Card Scheme

ଗଛମୂଳରେ ଆନ୍ଧ୍ରର ଡିଜିଟାଲ୍‌ ସେବା। ନେଟ୍‌ୱର୍କ ଓଡ଼ିଶାର, ହେଲେ କାମ ହେଉଛି ପଡ଼ିଶାର। କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି। ଆଉ ଭଳିକି ଭଳି ଢଙ୍ଗରେ ନୂଆ ଉପାୟରେ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ପ୍ରକାରର ସେବା ପ୍ରଦାନ ପାଇଁ ଉଦ୍ୟମ ଚଳାଇଛନ୍ତି।

Advertisment

ଆନ୍ଧ୍ର ସରକାରଙ୍କ ଦ୍ୱାରା ବେତନପ୍ରାପ୍ତ ଜଣେ କର୍ମଚାରୀ ସ୍ୱାସ୍ଥ୍ୟ ସେବା କାର୍ଡ ପାଇଁ ଏକ ଗଛ ମୂଳରେ ନେଟୱର୍କ ଥିବାରୁ ବାୟୋମେଟ୍ରିକ ପଦ୍ଧତିରେ ଡାଟା ଅପଲୋଡ କରୁଛନ୍ତି। କୋଟିଆରୁ ଫଗୁଣସିନେରୀକୁ ଯାଇଥିବା ରାସ୍ତାକଡ଼ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। 

ଭଲ୍ୟୁଣ୍ଟିୟର ଜଣକ ଗଛମୂଳରେ ଆଖପାଖର ଲୋକଙ୍କୁ ଡାକି ନିଜ ମୋବାଇଲରେ ଡାଟା ଅପଲୋଡ୍‌ କରୁଥିଲେ। ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଞ୍ଚଳର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଅନ୍‌ଲାଇନରେ ଡାଟା ଅପଲୋଡ କରୁଥିବା ସେ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି। 

Advertisment
Health Card Scheme Kotia Row
Advertisment
Advertisment