• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜିଠୁ ଖୋଲିଲା ସ୍କୁଲ୍‌। କରୋନା କଟକଣା ଭିତରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହୋଇଛି।  ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ସକାଳ ୧୦ରୁ ଦିନ ୧ଟା ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ।

ଏଥିପାଇଁ କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜେସନ ବ୍ୟବସ୍ଥା ଇତ୍ୟାଦି ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। ସ୍କୁଲ୍‌ ସହ ହଷ୍ଟେଲ୍‌ ମଧ୍ୟ ଖୋଲିଛି। ତେଣୁ ଛାତ୍ରଛାତ୍ରୀମାନେ ଯେପରି ସଂକ୍ରମିତ ନହୁଅନ୍ତି, ତାକୁ ଗୁରୁତ୍ୱ ଦେଇ ସ୍କୁଲ୍‌ ଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି।

 

ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସେମାନଙ୍କୁ କ୍ଲାସ୍‌କୁ ଛଡ଼ାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅନ୍ୟପକ୍ଷେ, ଆଜିଠୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କ୍ଲାସ ମଧ୍ୟ ଆରମ୍ଭ ହୋଇଛି। 

OTV is now on Whatsapp

Join and get latest news update delivered to you via whatsapp

Join Now