/odishatv-khabar/media/post_attachments/uploadimage/library/16_9/16_9_0/____1648790398.jpeg)
Suspicious Death Of Block Chairman's Husband
ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ମେଡିକାଲ୍ ନିଆଯାଇଥିଲା। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ବାରିକ ଗତକାଲି ରାତିରେ ଗଣ୍ଡାଧର ଗାଁକୁ ଯାଇଥିଲେ। ସେଠାରୁ ଦଣ୍ଡ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଭୀଷଣ ବାନ୍ତି ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକୃତରେ କେଉଁ କାରଣ ପାଇଁ ହିମାଂଶୁଙ୍କ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଭୋଜି ଖାଇ ନା ମୃତ୍ୟୁର ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ଯାହାକି ଏବେ ରହସ୍ୟ ଘେରରେ। ସେପଟେ ହିମାଂଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)