Advertisment

ମହଙ୍ଗା ଉପରେ ମହଙ୍ଗା ମାଡ଼: ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କରିଛନ୍ତି।

author-image
Rajalaxmi Sahoo
Commercial LPG Cylinder Price Hiked

Commercial LPG Cylinder Price Hiked

ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କରିଛନ୍ତି। ୧୦ ଦିନ ପୂର୍ବରୁ ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ସେତେବେଳେ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଶସ୍ତା ହୋଇଥିଲା। ହେଲେ ଏବେ ହଠାତ୍‌ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। 

Advertisment

ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୫୦ ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ୧୯ କିଲୋ ସିଲିଣ୍ଡର ଦାମ୍‌ ଏବେ ୨,୨୫୩ ଟଙ୍କାରେ ପହଞ୍ଚିଛି। ଗତ ମାର୍ଚ୍ଚ ୧ରେ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨,୦୧୨ ଟଙ୍କା ଥିଲା। ମାର୍ଚ୍ଚ ୨୨ରେ ଦାମ୍‌ ହ୍ରାସ ହୋଇ ୨,୦୦୩ ଟଙ୍କା ହୋଇଥିଲା। ସେହିପରି ମୁମ୍ବାଇରେ ଏବେ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇ୧,୯୫୫ ଟଙ୍କାରୁ ୨,୨୦୫ ଟଙ୍କାରେ ପହଞ୍ଚିଛି। 

ଦେଶର ଅନ୍ୟ ସହରରେ ମଧ୍ୟ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। କୋଲକାତାରେ ୧୯ କିଲୋ ସିଲିଣ୍ଡର ଦାମ୍‌ ୨,୩୫୧ ଟଙ୍କାରେ ପହଞ୍ଚି ଥିବାବେଳେ ଚେନ୍ନାଇରେ ୨,୪୦୬ ଟଙ୍କାରେ ପହଞ୍ଚିଛି। ଗତ କିଛିଦିନ ଧରି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଆଜି ଏହି ଦର ସ୍ଥିର ରହିଛି। ଆଜି ତୈଳ ଦରରେ କୌଣସି ବୃଦ୍ଧି ହୋଇନାହିଁ। 

Advertisment

କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ବୃଦ୍ଧି ଫଳରେ ହୋଟେଲ୍‌, ରେଷ୍ଟୁରାଣ୍ଟରେ ଖାଇବା ମଧ୍ୟ ମହଙ୍ଗା ହୋଇପାରେ। ଦିଲ୍ଲୀରେ ଅଣ ସବ୍‌ସିଡି ୧୪.୨ କିଲୋ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୯୪୯ ଟଙ୍କା ୫୦ ପଇସା ରହିଛି। କୋଲକାତାରେ ଏହି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୯୭୬ ଟଙ୍କା, ମୁମ୍ବାଇରେ ୯୪୯ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୬୫ ଟଙ୍କା ୫୦ ପଇସା ରହିଛି। 

ଚଳିତ ବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧,୯୯୮ ଟଙ୍କା ୫୦ ପଇସା ଥିଲା। ଫେବୃଆରୀରେ ଦର ହ୍ରାସ ହୋଇ ୧,୯୦୭ ଟଙ୍କାରେ ପହଞ୍ଚି ଥିଲା। ତେବେ ମାର୍ଚ୍ଚ ୧ରେ ପୁଣି ମହଙ୍ଗା ହୋଇଥିଲା। ଦାମ୍‌ ବୃଦ୍ଧି ପାଇ ୨,୦୧୨ ଟଙ୍କାରେ ପହଞ୍ଚି ଥିଲା। 

LPG Cylinder LPG Cylinder Price Hike Commercial LPG Cylinder
Advertisment
Advertisment