Advertisment

ଇସ୍ତଫା ଦେବିନି, ଶେଷ ଯାଏ ଲଢିବି: ଇମ୍ରାନ ଖାନ

ଇସ୍ତଫା ଦେବିନି, ଶେଷ ଯାଏ ଲଢିବି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ଏଭଳି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

author-image
Rajalaxmi Sahoo
Pak PM Imran Khan

Pak PM Imran Khan

ଇସ୍ତଫା ଦେବିନି, ଶେଷ ଯାଏ ଲଢିବି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ଏଭଳି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି, ତାଙ୍କୁ ଇସ୍ତଫା ଦେବା ଲାଗି ବିଭିନ୍ନ ବର୍ଗରୁ କୁହାଯାଉଛି। ଚାପ ବି ପକାଯାଉଛି। ତେବେ ସେ ଇସ୍ତଫା ଦେବେନି ବରଂ ଶେଷ ବଲ୍ ପର୍ଯ୍ୟନ୍ତ ଖେଳ ଜାରି ରଖିବେ ବୋଲି ଇମ୍ରାନ କହିଛନ୍ତି।

Advertisment

ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ରବିବାର ଭୋଟିଂ ହେବ। ତେବେ ଭୋଟିଂ ପରେ ସେ ଆହୁରି ମଜବୁତ ହୋଇ ଲଢେଇ କରିବେ ବୋଲି କହିଛନ୍ତି।ଇମ୍ରାନ କହିଛନ୍ତି,  ତାଙ୍କ ବିରୋଧୀ, ଆମେରିକା ସହ ମିଶିଛନ୍ତି। ଏପରିକି ତାଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଯାଉଛି।

ଗତ ସାଢେ ୩ ବର୍ଷ ହେଲା ସେ ପାକିସ୍ତାନର ମୁକ୍ତ ବୈଦେଶିକ ପଲିସି ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ସମୟରେ ପାକିସ୍ତାନର ଯାହା ବିକାଶ ହୋଇଛି ପୂର୍ବରୁ ହୋଇ ନଥିଲା। ତେଣୁ ପାକିସ୍ତାନ ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ ବୋଲି ଇମ୍ରାନ ଖାନ କହିଛନ୍ତି। 

Advertisment

ଅନ୍ୟପକ୍ଷେ, ଇମ୍ରାନଙ୍କୁ ହତ୍ୟା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପିଟିଆଇ ଦଳର ବରିଷ୍ଠ ନେତା ତଥା ଇମ୍ରାନଙ୍କ ବେଶ ନିକଟତର ଫୈଜଲ୍ ଭାୱଡା। ଇମ୍ରାନଙ୍କୁ ବୁଲେଟ୍‌ ପ୍ରୁଫ୍‌ ସୁରକ୍ଷାରେ ରଖାଯାଇଛି ଓ ବିଭିନ୍ନ ଜନସଭାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। 

Imran Khan Pakistan Prime Minister Imran Khan
Advertisment
Advertisment