Advertisment

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବିଭୀଷିକା: ରୁଷିଆ ଚାହିଁଲା ଭାରତର ମଧ୍ୟସ୍ଥତା

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି। 

Advertisment

ଋଷ୍‌ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଯଦି ଋଷ୍‌ ଠାରୁ ଭାରତ କିଛି କିଣିବାକୁ ଚାହୁଁଛି, ତା’ହେଲେ ଏସମ୍ପର୍କରେ ଆଲୋଚନା କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ୟୁକ୍ରେନ ପ୍ରସଙ୍ଗରେ ଭାରତର ମଧ୍ୟସ୍ଥତା ପ୍ରଶ୍ନ ଉପରେ ସେ ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। 

ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟସ୍ଥତା ସମ୍ଭାବନା ଉପରେ ଋଷ୍‌ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ଏକ ମହାନ ଓ ବିଚାରବନ୍ତ ଦେଶ। ଭାରତ ଆମର ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ଚାହିଁଲେ ସହଯୋଗ କରିପାରିବ। ୟୁକ୍ରେନ ପ୍ରସଙ୍ଗରେ ଭାରତ ପଶ୍ଚିମ ଦେଶଙ୍କ ଚାପର ବଶବର୍ତ୍ତୀ ନ ହୋଇ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ପ୍ରଶଂସା କରିଛନ୍ତି।

Advertisment

ସୂଚନାଥାଉ କି, ଭାରତ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ସହ ଋଷ୍‌ ବୈଦେଶିକ ମନ୍ତ୍ରୀ ଶୁକ୍ରବାର ସାକ୍ଷାତ କରିଥିଲେ। ଭାରତ ଋଷ ସମ୍ପର୍କରେ ଆମେରିକାର ଚାପ କୌଣସି ପ୍ରଭାବ ପକାଇବ ନାହିଁ। ଭାରତ ଗସ୍ତରେ ଆସିଥିବା ଋଷ ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି। ଆମେରିକା ଅନ୍ୟ ଦେଶମାନଙ୍କରେ ବି ସେମାନଙ୍କ ରାଜନୀତି ଅନୁସରଣ କରିବାକୁ ଚାହୁଁଛି। କିନ୍ତୁ ଏହା ଆମକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଭାରତ-ଋଷ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି। ବିଭିନ୍ନ କଠିନ ସମୟରେ ବି ଏହା ତିଷ୍ଠି ରହିଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଋଷ ବୈଦେଶିକ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।    ...

ଭାରତ ସହ ସମ୍ପର୍କକୁ ଆହୁରି ଦୃଢ କରିବା ଋଷ ବୈଦେଶିକ ନୀତିର ଏକ ପ୍ରମୁଖ ପ୍ରାଥମିକତା ବୋଲି ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି। 

Russia Ukraine Crisis Ukraine Russia War
Advertisment
Advertisment