/odishatv-khabar/media/post_attachments/uploadimage/library/16_9/16_9_0/_______1648818467.jpg)
Kenduguda Outpost In Charge Kishore Chandra Dies
ଉତ୍କଳ ଦିବସରେ କଟକରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ। ଏଭଳି ଦୁଖଃଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ। ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଫାଣ୍ଡି ଅଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି।
Advertisment
ଆଜି ସକାଳୁ କଟକ ବାହାରିବା ସମୟରେ କିଶୋର ଚନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ଲାଗି ପଦ୍ମପୁର ମେଡ଼ିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ଶୁଣିବାପରେ ରାୟଗଡ଼ା ପୋଲିସ ବିଭାଗରେ ଶୋକର ଛାୟା ଖେଳି ଯାଇଛି।
ମୃତ କିଶୋର ଚନ୍ଦ୍ର ବେହେରାଙ୍କ ମୃତ୍ୟୁକୁ ନେଇ ପୋଲିସ ଡିଜି ସୁନୀଲ ବଂଶଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି ମୃତ ଫାଣ୍ଡି ଅଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ଶୋକ ସନ୍ତପ୍ତ ପରିବାରକୁ ପୋଲିସ ଡିଜି ସମବେଦନା ଜଣାଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)