Advertisment

କଥା ଦେଇ କଥା ରଖିଲେ: ଇଡ୍‌ଲି ଆମ୍ମାଙ୍କୁ ନୂଆ ଘର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

କୋଏମ୍ବାଟୁରର ଇଡ୍‌ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ନୂଆ ଘର ନିର୍ମାଣ କରିଛନ୍ତି। ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି।

author-image
Rajalaxmi Sahoo
Anand Mahindra Gifts New House To 'Idli Amma'

Anand Mahindra Gifts New House To 'Idli Amma'

କଥା ଦେଇ କଥା ରଖିଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ନିଜ ପ୍ରତିଶ୍ରୁତି ରକ୍ଷା କରି ଆନନ୍ଦ ମହିନ୍ଦ୍ରା ତାମିଲନାଡୁ କୋଏମ୍ବାଟୁର ନିକଟ ବାଦିବେଲମପାଲୟମର ଇଡ୍‌ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଏକ ନୂଆ ଘର ନିର୍ମାଣ କରିଛନ୍ତି। ମଦର୍ସ ଡେ’ ଅବସରରେ ଆନନ୍ଦ ମହିନ୍ଦ୍ରାଙ୍କ ପରିଚାଳିତ ମହିନ୍ଦ୍ରା ଫାଉଣ୍ଡେସନର କର୍ମକର୍ତ୍ତାମାନେ କମଲାଥାଲଙ୍କୁ ଏହି ଘର ଉପହାର ଦେଇଛନ୍ତି। 

Advertisment

ମାତ୍ର ୧ ଟଙ୍କାରେ ଇଡ୍‌ଲି ଦେଉଥିବା କମଲାଥାଲଙ୍କର ଖୁବଶୀଘ୍ର ନିଜସ୍ୱ ଘରଟିଏ ହେବ। ଯେଉଁ ଘରେ ସେ ହାତ ତିଆରି ଖାଦ୍ୟ ପ୍ରସ୍ତୁତ କରି କରି ଲୋକଙ୍କୁ ପରଷି ପାରିବେ ବୋଲି ଗତବର୍ଷ ଏପ୍ରିଲରେ ଆନନ୍ଦ ମହିନ୍ଦ୍ରା ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିଚାଳିତ ଫାଉଣ୍ଡେସନ ପକ୍ଷରୁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଘର ତିଆରି ସରିବା ପରେ ଗତ ମେ’ ୮ ତାରିଖ ମଦର୍ସ ଡେ’ରେ ଇଡ୍‌ଲି ଆମ୍ମାଙ୍କୁ ଘରଟି ଉପହାର ଦିଆଯାଇଛି। ସୂଚନାଥାଉ କି, ବାଦିବେଲମପାଲୟମରେ ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି। 

Advertisment

Anand Mahindra Idli Amma M Kamalathal
Advertisment
Advertisment