Advertisment

ଜଳପ୍ରପାତ ନିକଟରେ ପଡ଼ିଛି ଭ୍ୟାନିଟି, ଚପଲ; କୁଆଡ଼େ ଗଲେ ଯୁବତୀ ?

କାହାର ଏହିସବୁ ଜିନିଷ ଓ କିଏ ଏହି ଯୁବତୀ ତାହା ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ଏହିସବୁ ଜିନିଷ ଏଠାକୁ ଆସିଲା, ତାହା ମଧ୍ୟ କାହାରିକୁ ଜଣାନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suspicious Things Found Near Pradhanpat Waterfall

Suspicious Things Found Near Pradhanpat Waterfall

ଜଳପ୍ରପାତ ନିକଟ ପିଣ୍ଡିରେ ପଡ଼ିଛି ଯୁବତୀଙ୍କ ଭ୍ୟାନିଟି, ଚପଲ ଓ ଅନ୍ୟାନ୍ୟ ମେକ୍‌ଅପ୍‌ ଜିନିଷ। ହେଲେ କାହାର ଏହିସବୁ ଜିନିଷ ଓ କିଏ ଏହି ଯୁବତୀ ତାହା ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ଏହିସବୁ ଜିନିଷ ଏଠାକୁ ଆସିଲା, ତାହା ମଧ୍ୟ କାହାରିକୁ ଜଣାନାହିଁ। ହେଲେ ଏହିସବୁ ଜିନିଷ କୌଣସି ଯୁବତୀଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଦେବଗଡ ଆଦର୍ଶ ପୋଲିସ ଆଜି ପ୍ରଧାନପାଟ ଜଳପ୍ରପାତ ନିକଟସ୍ଥ ପିଣ୍ଡିରୁ ସନ୍ଦେହଜନକ ଭାବେ ପଡିଥିବା ଏହିସବୁ ଜିନିଷ ଉଦ୍ଧାର ପରେ ଘଟଣାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ କିଛି ଲୋକ ପ୍ରଧାନପାଟ ଜଳପ୍ରପାତ ନିକଟକୁ  ମର୍ଣ୍ଣିଂ ୱାକ୍‌ ପାଇଁ ଯାଇଥିଲେ। ଏହି ସମୟରେ ଜଳପ୍ରପାତ ନିକଟ ପିଣ୍ଡିରୁ ଯୁବତୀଙ୍କ ଭ୍ୟାନିଟି, ଚପଲ, ଚୁଡ଼ି, ଗୋଡ଼ ମୁଦି, ଚେନ୍‌ ସମେତ କିଛି ମେକ୍‌ଅପ୍‌ ଜିନିଷ ଜବତ କରାଯାଇଥିଲା। ସନ୍ଦେହଜନକ ଭାବେ ପଡିଥିବା ଏହିସବୁ ଜିନିଷକୁ ପୋଲିସ୍‌ ଜବତ କରିଛି। ଯାଞ୍ଚ ସମୟରେ ବ୍ୟାଗ୍‌ରୁ ନଗଦ ୩ ହଜାର ଟଙ୍କା ମିଳିଛି। 

ହେଲେ କାହାର ଏହିସବୁ ଜିନିଷ ଓ କିଏ ଏହି ଯୁବତୀ ତାହା ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ଏହିସବୁ ଜିନିଷ ଏଠାକୁ ଆସିଲା, ତାହା ମଧ୍ୟ କାହାରିକୁ ଜଣାନାହିଁ। ଏହିସବୁ ଜିନିଷ କୌଣସି ଯୁବତୀଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଏହା ପଛରେ କୌଣସି ଅପରାଧ କିମ୍ବା ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ, ପୋଲିସ୍‌ ଏହିସବୁ ଜିନିଷ ଜବତ କରି ତଦନ୍ତ ଆରମ୍ଭ କରିଛି। 

Advertisment
Advertisment
Advertisment