୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।ତେବେ ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି।
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି।
କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି।
ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।
ପଞ୍ଜାବ ପଟିଆଲାରେ ଖାଲିସ୍ତାନ ମୁର୍ଦ୍ଦାବାଦ ବିକ୍ଷୋଭ ଯାତ୍ରା ବେଳେ ଶିବସେନା କାର୍ଯ୍ୟକର୍ତ୍ତା ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ଉଗ୍ରରୂପ ନେଇଛି।
କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...
କଳିଯୁଗର କୁଳାଙ୍ଗାର ପୁଅ। ବୁଢା ବାପାକୁ ଶୁଭୁନି କି ଚାଲିପାରୁନି। ବୋଝ ଭାବି ପାଇଖାନାରେ ବାପାକୁ ଫୋପାଡ଼ି ଦେଲେ ପୁଅ-ବୋହୂ। ଦୁଃଖ ସହିପାରିଲେନି ପଡ଼ୋଶୀ। ପାଇଖାନା ପାଖରେ ବାଉଁଶ ବାନ୍ଧି ତିଆରି କରିଦେଲେ ଅସ୍ଥାୟୀ ଘର...ହେଲେ ପାଖ ମାଡ଼ୁନାହାନ୍ତି ପିଲା
ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?
ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...
ପତ୍ନୀଙ୍କ ପାଦ ଛୁଇଁ କହିଲେ- ‘ମୋତେ କ୍ଷମା କରିଦେବ’..ଏହାପରେ କେହି କିଛି ବୁଝିବା ଆଗରୁ ୧୯ ମହଲାରୁ ଡେଇଁ ପଡ଼ିଲେ ୭୦ ବର୍ଷୀୟ ବୃଦ୍ଧ।
ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲେ ନାହିଁ। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍ ଆକାଉଣ୍ଟକୁ ପଠାଉଥିଲେ ପ୍ରେମିକା।
ତାତିରୁ ମିଳିବ ନିସ୍ତାର, ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଦିଲ୍ଲୀ ସମେତ ଦେଶରେ ଅନେକ ରାଜ୍ୟରେ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହୋଇଛି। କୋଇଲା ଅଭାବରୁ ଦିଲ୍ଲୀ ସମେତ ୧୨ ରାଜ୍ୟ ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡ଼ିଛି।
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।
୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।
ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।
ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ତାତି ରହିପାରେ।
ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ହିନ୍ଦୀ ଜାତୀୟ ଭାଷା ନୁହେଁ ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ। ଏହି ମନ୍ତବ୍ୟ ଏବେ ଏମିତି ବିବାଦ ସୃଷ୍ଟି କରିଛି, ଯାହାକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍କୁ ଦୁଇ ଭାଗ କରିଛି।
ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।