Advertisment

ପ୍ରକୃତରେ କିଏ ଏଲନ ମସ୍କ ? ଫଟୋ ଦେଖି ଆପଣ ବି ଦ୍ୱନ୍ଦରେ ପଡ଼ିବେ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elon Musk Says Ready To Meet His Chinese Lookalike

Elon Musk Says Ready To Meet His Chinese Lookalike

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କ ଚେହେରା ଅନ୍ୟ ଜଣଙ୍କ ଚେହେରା ସହ ମିଶି ଯାଇଥାଏ। ସମାନ ଚେହେରା ଲୋକଙ୍କୁ ହଠାତ୍‌ ଦେଖିଲା ପରେ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ପ୍ରକୃତରେ କିଏ କାହାର ଅବିକଳ ନକଲ ହଠାତ୍‌ ଜାଣିହୁଏ ନାହିଁ। ଖାଲି ଯେ ଜଣେ ସାଧାରଣ ଲୋକର ଅବିକଳ ଚେହେରା ଥିବା ଲୋକ ଦୁନିଆରେ ନାହାନ୍ତି ବରଂ ବଡ଼ ବଡ଼ ସେଲିବ୍ରେଟିଙ୍କଠୁ ଆରମ୍ଭ କରି କୋଟିପତିଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ଟ୍ୱିଟର କିଣିବା ପରେ ଆହୁରି ଚର୍ଚ୍ଚାରେ ଥିବା ଏଲନ ମସ୍କକୁ ଫ୍ୟାନ୍ସମାନେ ଲଗାତାର ଭାବେ ଫଲୋ କରୁଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି। ଯାହାଙ୍କ ନାଁ ୟିଲଙ୍ଗ ମା(Yilong Ma)। ତାଙ୍କୁ ଭେଟିବାକୁ ସ୍ପେସ୍‌ ଏସ୍କ ଫାଉଣ୍ଡର ଏଲନ ମସ୍କ ଚାହୁଁଛନ୍ତି। ଏନେଇ ମସ୍କ ନିଜେ ଟ୍ୱିଟ୍‌ କରି କହିଛନ୍ତି।

Advertisment

ଏଲନ ମସ୍କଙ୍କ ଭଳି ଦେଖା ଯାଉଥିବା ଉତ୍ତର-ପୂର୍ବ ଚୀନ୍ ପ୍ରଦେଶର ୟିଲଙ୍ଗ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ବେଶ୍‌ ଲୋକପ୍ରିୟ। ବିଶେଷ କରି ଟ୍ୱିଟରରେ ୟିଲଙ୍ଗ ଅଧିକ ଲୋକପ୍ରିୟ। ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ଚେହେରା ସହ ତାଙ୍କ ଚେହେରା ମିଶି ଯାଉଥିବାରୁ ସେ ବେଶ୍‌ ପରିଚିତ। ପ୍ରକୃତରେ ତାଙ୍କ ଭଳି ଦେଖା ଯାଉଥିବା ଏମିତି କେହି ଅଛନ୍ତି ନା ଏହା ଫେକ୍‌ ତାହା ଜାଣିବା ପାଇଁ ମସ୍କ ୟିଲଙ୍ଗଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି।

Advertisment

ଏଲନ ମସ୍କଙ୍କ ଭଳି ୟିଲଙ୍ଗ ଦେଖାଯାଉଥିବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ସେ ଚର୍ଚ୍ଚାକୁ ଆସିଥିଲେ। ଚୀନର ଟିକ୍‌ଟକ୍‌ ଭର୍ସନ- Douyinରେ ଲଗାତାର ଭାବେ ଭିଡିଓ ଶେଆର କରି ୟିଲଙ୍ଗ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ସେହି ସମୟରେ ତାଙ୍କର ଏକ ପୋଷ୍ଟରେ ଏଲନ ମସ୍କ କମେଣ୍ଟ କରି ଲେଖିଥିଲେ ‘“Maybe I am partly Chinese.”। ମସ୍କଙ୍କ ଏହି କମେଣ୍ଟର ରିପ୍ଲାଏ ଦେଇ ୟିଲଙ୍ଗ କହିଥିଲେ, ‘ମୁଁ ମଧ୍ୟ ଆପଣଙ୍କୁ ଭେଟିବା ପାଇଁ ଆଗ୍ରହୀ। ମୁଁ ଏଠାରେ ଅଛି ଓ ଆପଣଙ୍କୁ ଭେଟିବାକୁ ଚାହୁଁଛି। ମୁଁ ଆପଣଙ୍କୁ ଭଲ ପାଏ ଓ ଆପଣ ମୋ ହିରୋ।’ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ Weiboରେ ୟିଲଙ୍ଗ ଏହି ରିପ୍ଲାଏ ଦେଇଥିଲେ।


— Mister J. (@Angryoldman_J) April 24, 2022

Elon Musk Yilong Ma
Advertisment
Advertisment