Advertisment

କେମିତି ଲାଗିଲା ନିଆଁ ? ରାତି ଅଧରେ ଜଳିଗଲା ଘର, ମା’ ସହ ୨ ଶିଶୁ ଜୀବନ୍ତ ଦଗ୍ଧ

ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman, two children charred to death in sleep after fire engulfs their house

Woman, two children charred to death in sleep after fire engulfs their house

କେତେବେଳେ କାହାର କେଉଁ ସମୟରେ ମୃତ୍ୟୁ ଘଟିବ, ତାହା କେହିବି କହିପାରିବେ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉଞ୍ଚଗାଁରେ। ଶୋଇଥିବା ବେଳେ ଘରେ ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ- ସୁରୁକୁନି ମାର୍ଣ୍ଡି (୨୪), ତାଙ୍କର ୬ ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ ମାସର ପୁଅ ଜଗଦୀଶ ମାର୍ଣ୍ଡି।

Advertisment

ଉଚ୍ଚାଗାଁ ଢ଼ିପାସାହିର ମଙ୍ଗଲ ମାର୍ଣ୍ଣିଙ୍କ ପରିବାର ଶୋଇଥିବା ବେଳେ ରାତି ପ୍ରାୟ ୨ଟାରେ ଘରେ ନିଆଁ ଲାଗି ଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ପରିବାରର ୩ ଜଣ ସଦସ୍ୟ ଜୀଅନ୍ତା ଜଳି ଯାଇଥିଲେ। ନିଆଁରେ ପୋଡ଼ି ହୋଇ ମଙ୍ଗଲଙ୍କ ପତ୍ନୀ ସୁରୁକୁନି ଓ ୨ ଶିଶୁ ସରିତା ଏବଂ ଜଗଦୀଶଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେମିତି ଘରେ ନିଆଁ ଲାଗିଲା ? ଏହା ପଛରେ କାହାର ହାତ ରହିଛି ? ଏସମ୍ପର୍କରେ କିଛି ଜଣାପଡ଼ିନି। 

ମିଳିଥିବା ସୂଚନା ଅନୁସାରେ, ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ସହ ଘରୋଇ କଳିକୁ ନେଇ ମଙ୍ଗଲ ତାଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ୨୦୧୧ରେ ସେ ଦ୍ୱିତୀୟ ବିବାହ କରିଥିଲେ। ତେଣୁ ପୋଲିସ ସନ୍ଦେହରେ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯିବ। 

Advertisment
Fire Mishap
Advertisment
Advertisment