/odishatv-khabar/media/post_attachments/uploadimage/library/16_9/16_9_0/____1652513985.jpg)
College fools students in name of admission in odisha
ପ୍ରଥମେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ କଲେଜରେ ଆଡମିଶନ କରାଇଲେ। ପରେ ସେମାନଙ୍କ ନାଁରେ ଆସିଥିବା ୨ ବର୍ଷର ଷ୍ଟାଇପେଣ୍ଡ୍ ଟଙ୍କାକୁ ଆତ୍ମସାତ କରାଗଲା। ଆଉ ଏବେ ଧରାଛୁଆଁ ଦେଉ ନାହାନ୍ତି କଲେଜ କର୍ତ୍ତୃପକ୍ଷ। ଏଭଳି ଠକାମିର ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ଏନେଇ ବାଲିଗୁଡା ଉପ-ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଛାତ୍ରଛାତ୍ରୀ।
୨୦୨୦ ମସିହାରେ ଦାରିଙ୍ଗବାଡିଠାରେ କେ.ସି ଡିଗ୍ରୀ କଲେଜ ବିଭିନ୍ନ ପ୍ରଲୋଭନ ଦେଖାଇ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ତିନି ପ୍ରଥମ ବର୍ଷରେ ମୋଟା ଅଙ୍କର ଟଙ୍କା ନେଇ ନାମ ଲେଖାଇଥିଲେ। କିଛି ଦିନ ପାଠପଢା ଚାଲିବା ପରେ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ କଲେଜ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।
ଛାତ୍ରଛାତ୍ରୀ ଦୀର୍ଘ ଦୁଇ ବର୍ଷ ଅନ୍ଲାଇନ୍ରେ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କୁ ପୁଣି ଥରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢିବାକୁ ବାଧ୍ୟ କରାଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏହାସହ ସେମାନଙ୍କଠାରୁ ଜାଲ୍ ଦସ୍ତଖତ କରି ୨ ବର୍ଷର ଲକ୍ଷାଧିକ ଟଙ୍କାର ଷ୍ଟାଇପେଣ୍ଡ୍ କଲେଜ କର୍ତ୍ତୃପକ୍ଷ ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ବାଲିଗୁଡା ଉପ-ଜିଲ୍ଲାପାଳଙ୍କ ପାଖରେ ଛାତ୍ରଛାତ୍ରୀ ଫେରାଦ ହୋଇ ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଉପ-ଜିଲ୍ଲାପାଳ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)