Advertisment

Good News: ପୁଣି କମିଲା ସୁନା ଦର

ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି।

author-image
Rajalaxmi Sahoo
Gold Prices Fall Today

Gold Prices Fall Today

ଏବେ ବିବାହ ଋତୁ ଚାଲି ଥିବାରୁ ସୁନାର ଅଧିକ ଚାହିଦା ରହିଛି। ଛୋଟ କିମ୍ବା ବଡ଼ ସୁନା ଦୋକାନ ଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସାଧାରତଃ ପର୍ବପର୍ବାଣୀ ଓ ମ୍ୟାରେଜ୍‌ ସିଜନ୍‌ରେ ସୁନାର ଦାମ୍‌ ଅଧିକ ରହିଥାଏ। ହେଲେ ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। Good Returns ଅନୁସାରେ, ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୪୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୯,୪୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୫୦, ୬୭୦ ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୪୫୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Advertisment
Gold Price Today Gold Price In India Silver Price Gold Price
Advertisment
Advertisment