Advertisment

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୨ ଗିରଫ

ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍‌ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।

author-image
Rajalaxmi Sahoo
27 Die In Massive Delhi Fire

27 Die In Massive Delhi Fire

ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଆହତ ହୋଇ ସଞ୍ଜୟ ଗାନ୍ଧି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁଣ୍ଡକା ସ୍ଥିତ ଏକ ୪ ମହଲା କମର୍ସିଆଲ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପରେ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି। 

Advertisment

ନିଖୋଜ ହୋଇଥିବା ଅଧିକାଂଶ ଏହି ବିଲ୍ଡିଂରେ କାମ କରୁଥିଲେ। ତେବେ ନିଆଁ ଲାଗିବା ପରେ ସେମାନେ କେଉଁଠି ତାକୁ ନେଇ ଆଶା ଆଶଙ୍କା ବଢ଼ିଛି। ନିଆଁକୁ ସିନା ଆୟତ୍ତ କରାଯାଇଛି ହେଲେ ଏବେ ବି କୋଠା ଭିତରେ ଫସି ରହିଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ଦିଲ୍ଲୀ ଅଗ୍ନିଶମ ବାହିନୀ ଜୋରଦାର ରେସ୍କ୍ୟୁ ଅପରେସନ୍‌ ଚଳାଇଛି। 

ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହି ମହଲାରେ ସିସିଟିଭି କ୍ୟାମେରା ଓ ରାଉଟର ନିର୍ମାଣକାରୀ କମ୍ପାନୀ କମ୍ପାନୀ ରହିଛି। କମ୍ପାନୀର ମାଲିକ ହରିଶ ଓ ବରୁଣ ଗୋଏଲଙ୍କୁ ପୋଲିସ୍‌ ଗିରଫ କରିଛି। ହଠାତ୍‌ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ି ଥିବାବେଳେ ଆଉ କିଛି ଲୋକ ଦଉଡ଼ି ସାହାଯ୍ୟ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ।

Advertisment

ବିଲ୍ଡିଂରେ ଅଗ୍ନି ନିରାପତ୍ତା ସୁରକ୍ଷାକୁ ନେଇ ଅଗ୍ନିଶମ ବିଭାଗ କ୍ଲିଅରାନ୍ସ ଦେଇନଥିବା ଜଣାପଡ଼ିଛି। ତେବେ ବିଲ୍ଡିଂର ମାଲିକ ମନୀଷ ଲାକ୍ରା ଫେରାର ଥିବା ସୂଚନା ମିଳିଛି। ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। 

Delhi Fire Tragedy Delhi Mundka Fire
Advertisment
Advertisment