/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654245541.jpg)
Hyderabad Teen Gang-Raped In Car
ପାର୍ଟିରେ ଯୋଗ ଦେବାକୁ ପବ୍ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି। ଗତ ଶନିବାର ଏହି ଘଟଣା ଘଟିଛି। ଏଥିରେ କଲେଜ ଛାତ୍ରଙ୍କ ଏକ ଗ୍ରୁପ୍ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।ସମସ୍ତ ଅଭିଯୁକ୍ତ ନାବାଳକ ଥିବାବେଳେ ଏହି ଗ୍ରୁପ୍ରେ ଜଣେ ବିଧାୟକଙ୍କ ପୁଅ ଥିବା ସନ୍ଦେହ କରାଯାଉଛି। ହେଲେ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ରାଜନେତାଙ୍କ ପୁଅଙ୍କ ସମ୍ପୃକ୍ତ ନଥାଇ ପାରନ୍ତି ବୋଲି ପୋଲିସ୍ କହିଛି।
ସୂଚନା ଅନୁସାରେ, ୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀ ଜଣେ ବନ୍ଧୁଙ୍କ ସହ ଗତ ଶନିବାର ଦିନ ଏକ ପବ୍ରେ ଆୟୋଜିତ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଯୁବତୀ ଜଣକ ଉକ୍ତ ଯୁବକ ଓ ତାଙ୍କ ସାଙ୍ଗମାନଙ୍କ ସହ ପବ୍ରୁ ବିଳମ୍ବିତ ରାତିରେ ବାହାରିଥିଲେ। ସେମାନେ ଯୁବତୀଙ୍କୁ ଘରେ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଯୁବତୀ ଜଣକ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ।
ହେଲେ ଏହି ୫ ଅଭିଯୁକ୍ତ ଯୁବତୀଙ୍କୁ ଘର ଛାଡ଼ିବା ପରିବର୍ତ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପୂର୍ବରୁ ଯୁବକମାନେ ପ୍ରଥମେ ଏକ କେକ୍ ଦୋକାନକୁ ଯାଇଥିଲେ। ଏହାପରେ ୫ ଯୁବକ ଜୁବ୍ଲି ହିଲ୍ସ ଏରିଆରେ କାର୍ ପାର୍କିଂ କରିଥିଲେ ଓ ଗାଡ଼ି ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ଯେଉଁ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା କୁହାଯାଉଛି, ସେ ଗଣଦୁଷ୍କର୍ମ ଘଟଣା ପୂର୍ବରୁ କାର୍ରୁ ଓହ୍ଲାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ଜଣାପଡ଼ିଛି।
ପ୍ରଥମେ ଘଟଣାକୁ ନେଇ ନାବାଳିକା ଜଣକ ଭୟଭୀତ ହୋଇ ଘରେ କିଛି କହିନଥିଲେ। ହେଲେ ପରେ ପୁରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପୋଲିସ୍ରେ ଅଭିଯୋଗ ପରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ନାବାଳିକା କେବଳ ଜଣକ ନାମ ପୋଲିସ୍ ଆଗରେ କହିଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)