• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୧-୨୨ ଆର୍ଥିକ ବର୍ଷରେ ୮.୭% GDP(Gross Domestic Product) ବଢିଛି। National Sample Survey Office(NSSO) ପକ୍ଷରୁ ଏହି ଡାଟା ଜାରି ହୋଇଛି।ମାର୍ଚ୍ଚ ଅର୍ଥାତ୍ ଶେଷ ତ୍ରୈମାସିକରେ ଅଭିବୃଦ୍ଧି ହାର ୪.୧% ରହିଛି। ଫଳରେ ଦେଶର ଅଭିବୃଦ୍ଧି ହାର କରୋନା ପୂର୍ବ ସ୍ଥିତିରେ ପହଞ୍ଚିଛି। ୨୦୨୦-୨୧ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୬% ସଙ୍କୋଚିତ ହୋଇଥିଲା।

୨୦୨୧-୨୨ର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ରେକର୍ଡ ୨୦.୧%ରେ ପହଞ୍ଚିଥିଲା। ସେହିପରି ଦ୍ୱିତୀୟ ତ୍ରୈମାସରେ ଏହା ୮.୪ ଓ ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୫.୪% ହୋଇଥିଲା।

୨୦୨୧-୨୨ରେ ଆର୍ଥିକ ଅଭିବୃଦ୍ଧି ହାର ୮.୯% ହେବା ନେଇ ପୂର୍ବରୁ ଆକଳନ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ବିତ୍ତୀୟ  ନିଅଣ୍ଟ ପରିମାଣ ୬.୭୧% ରେ ସୀମିତ ରହିବ। ଏହା ୬.୯% ହେବ ବୋଲି ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଆକଳନ କରିଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ଭିତ୍ତିଭୂମି, କୋଇଲା, ଅଶୋଧିତ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ବିଶୋଧନ ସାମଗ୍ରୀ, ସାର, ଷ୍ଟିଲ, ସିମେଣ୍ଟ ଓ ବିଦ୍ୟୁତ୍‌ କ୍ଷେତ୍ର ରେକର୍ଡ ୬୨.୬%  ସଂପ୍ରସାରିତ ହୋଇଥିଲା। ମାର୍ଚ୍ଚ ତ୍ରୈମାସରେ କୋର କ୍ଷେତ୍ରର ଅଭିବୃଦ୍ଧି ୪.୯% ରହିଛି।