ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ପୂର୍ବରୁ ଜାଣିଥିଲେ। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କରିଥିବା ଟ୍ୱିଟ୍ରେ ଏହାର ସଙ୍କେତ ମିଳିଛି।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧୁବାର। ତିଥି – ୯ମୀ ରାତ୍ରି ୦୮/୪୫ ଗତେ ୧୦ ମୀ, ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି...
ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ Z+ ସୁରକ୍ଷା ମିଳିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି।
ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି।
ଏନ୍ଡିଏ ଓ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି।
୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି।
କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି।
ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।
ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।
ଅଗ୍ନିବୀରଙ୍କ ପାଇଁ ଅଫର୍ ଉପରେ ଅଫର୍ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍କୁ ଖବର ଦେଇଥିଲେ।
ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ।
ପଥର ଖଣି ଭିତରୁ ତଣ୍ଟିକଟା ସହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଅନୈତିକ ପ୍ରେମ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି।
ଆସନ୍ତା ୫ ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପ୍ରାକ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏହା ପ୍ରଭାବରେ ବର୍ଷା ଲାଗି ରହିବ।
‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।
ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍ରେ ଭିଡ଼ିଓ ଦେଖି ଖୁସି ହେଉଛି।
ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।
କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି।