Advertisment

‘ଅଗ୍ନିପଥ’ ବିରୋଧକୁ ସମର୍ଥନ କଲା କଂଗ୍ରେସ

‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।

author-image
Rajalaxmi Sahoo
Agnipath protests Congress holds 'Satyagraha' at Delhi's Jantar Mantar

Agnipath protests Congress holds 'Satyagraha' at Delhi's Jantar Mantar

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।  ‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା।

Advertisment

 ‘ଅଗ୍ନିପଥ’ ଯୋଜନାକୁ ନେଇ ଆଶାୟୀଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ନିଜ ପରିବାର ପୋଷଣ କରୁଥିବା ବ୍ୟକ୍ତି କ୍ଷେତ୍ରରେ ଏହା କେତେ ସହାୟକ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେଣୁ ଏଥିରେ ସଂଶୋଧନ ଆବଶ୍ୟକ ବୋଲି କଂଗ୍ରେସ ଦାବି କରିଛି। ବିଜେପି ପକ୍ଷରୁ କଂଗ୍ରେସର ସତ୍ୟାଗ୍ରହକୁ ଟାର୍ଗେଟ କରି ସମାଲୋଚନା କରାଯାଇଛି। 

ସେପଟେ ଅଗ୍ନିବୀରକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ଲାଗି ତିନି ସେନା ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ପ୍ରୟାସ କରାଯାଇଛି। ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ଅନୀଲ ପୁରୀ ପ୍ରେସ୍‌ମିଟ୍ କରି ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିଛନ୍ତି। 

Advertisment

ଅନୀଲ ପୁରୀ କହିଛନ୍ତି, ସେନାବାହିନୀକୁ ଲୋଡ଼ା ଯୁବସୁଲଭ ବ୍ୟକ୍ତିତ୍ୱ । ଆଗାମୀ ସମୟର ଯୁଦ୍ଧ ଭିନ୍ନ, ବୈଷୟିକ ଜ୍ଞାନ ଆଧାରରେ ହେବ । ବର୍ତ୍ତମାନର ଯୁବପିଢି ବୈଷୟିକ ଜ୍ଞାନରେ ପାରଙ୍ଗମ । ଅଗ୍ନିପଥ ଯୋଜନା ଯୁବକଙ୍କ ଲାଗି ଲାଭଜନକ ହେବ । ଯୋଜନା ସଂପର୍କରେ ଗତ ୨ ବର୍ଷ ଧରି ବିଚାର ବିମର୍ଶ ଚାଲିଥିଲା । ଜଣେ ୨୫ ବର୍ଷର ଯୁବକ ଅନୁଶାସନ ଓ କୌଶଳଯୁକ୍ତ ହୋଇପାରିବ ବୋଲି ସେ କହିଛନ୍ତି ।

Agnipath Agnipath Scheme Agnipath Protest Agnipath Recruitment Scheme
Advertisment
Advertisment