Advertisment

ଅଗ୍ନିବୀରଙ୍କୁ ଅଫର୍‌ ଉପରେ ଅଫର୍‌: ବଡ଼ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଅଗ୍ନିବୀରଙ୍କ ପାଇଁ ଅଫର୍‌ ଉପରେ ଅଫର୍‌ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Agnipath Protests: Anand Mahindra Makes An Offer

Agnipath Protests: Anand Mahindra Makes An Offer

‘ଅଗ୍ନିପଥ’ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏସବୁ ଭିତରେ ଅଗ୍ନିବୀରଙ୍କ ପାଇଁ ଅଫର୍‌ ଉପରେ ଅଫର୍‌ ଦିଆଯାଉଛି। ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହାପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି। ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ ସୁବିଧା ଚାକିରିରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧ କୋଟି ଟଙ୍କା, ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ୱତନ୍ତ୍ର ମେଡିକାଲ ଛୁଟି ସହ ଅନେକ ସୁବିଧା ଅଗ୍ନିବୀରଙ୍କ ପାଇଁ ଘୋଷଣା କରାଯାଇଛି।

Advertisment

ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ଏପରିକି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।  ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଯବାନଙ୍କୁ ଚାକିରି ଦେବା ପାଇଁ ସେ ଅଫର ପ୍ରଦାନ କରିଛନ୍ତି। 

ଆଜି ସକାଳେ ଟ୍ୱିଟ୍‌ କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ‘ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରୁଛି। ଗତବର୍ଷ ଯେତେବେଳେ ଏହି ଯୋଜନାକୁ ନେଇ ବିଚାର ବିମର୍ଷ ଚାଲିଥିଲା, ସେତେବେଳେ ବି ମୁଁ କହିଥିଲି ଓ ଏବେ ମଧ୍ୟ ସମାନ କଥାକୁ ଦୋହରାଉଛି ଯେ, ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ମହିନ୍ଦ୍ରା ଗ୍ରୁପ୍‌ ଏପରି ତାଲିମପ୍ରାପ୍ତ,ଦକ୍ଷ ଯୁବକମାନଙ୍କ ନିଯୁକ୍ତିକୁ ସ୍ୱାଗତ କରୁଛି।

Advertisment

ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଘୋଷଣାକୁ ଅନେକ ସ୍ୱାଗତ କରିଛନ୍ତି। ଏନେଇ ଜଣେ ୟୁଜର ପ୍ରଶ୍ନ କରିଥିଲେ, ମହିନ୍ଦ୍ରା ଗ୍ରୁପ୍‌ରେ ଅଗ୍ନିବୀରଙ୍କୁ କେଉଁ ପୋଷ୍ଟରେ ନିଯୁକ୍ତି ଦିଆଯିବ ? ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଥିଲେ, କର୍ପୋରେଟ୍‌ ସେକ୍ଟରରେ ଅଗ୍ନିବୀରଙ୍କ ପାଇଁ ଅନେକ ସୁଯୋଗ ରହିଛି। ଯେପିରିକି ଲିଡରଶିପ୍‌, ଟିମ୍‌ୱାର୍କ ଓ ଫିଜିକାଲ୍‌ ଟ୍ରେନିଂ ଇତ୍ୟାଦି।  

ଅନ୍ୟପକ୍ଷେ, ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଘୋଷଣାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। 

Anand Mahindra Agnipath Scheme Agnipath Protest Agnipath Recruitment Scheme Mahindra Group
Advertisment
Advertisment