/odishatv-khabar/media/post_attachments/uploadimage/library/16_9/16_9_0/s_1655693978.jpg)
Youth Murdered In Khordha
ପଥର ଖଣି ଭିତରୁ ତଣ୍ଟିକଟା ସହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଅନୈତିକ ପ୍ରେମ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। କିଛିଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ନିଆଳ ପଥର ଖଣି ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏକ ବନ୍ଧାଯାଇଥିବା ଅଖା ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ଆତା ଉଲ୍ଲା ଖାଁ। ତାଙ୍କ ଘର ଟାଉନ ଥାନାର କେରଙ୍ଗ ଗାଁରେ।
ସୂଚନା ଅନୁସାରେ, ଆତା ଉଲ୍ଲା ବିବାହିତ ହୋଇଥିଲେ ମଧ୍ୟ ସେହି ଗାଁର ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ବିଭିନ୍ନ କାରଣ ପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ମହିଳା ଜଣଙ୍କ ଆତା ଉଲ୍ଲାଙ୍କ ଉପରେ ସନ୍ଦେହ କରୁଥିଲେ। ଘଟଣା ଦିନ ପୂର୍ବ ଯୋଜନା ଅନୁସାରେ, ସମ୍ପୃକ୍ତ ମହିଳା ଆତା ଉଲ୍ଲାଙ୍କୁ ନିଜ ଘରକୁ ଡାକି ଲୁହା ରଡ୍ରେ ଆକ୍ରମଣ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିବା ସହ ଛୁରୀରେ ତାଙ୍କ ବେକକୁ କାଟି ଦେଇଥିଲେ। ଏହାପରେ ମହିଳା ଜଣକ ଆତା ଉଲ୍ଲାଙ୍କ ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ଅନ୍ୟ ୩ ଜଣଙ୍କ ସହଯୋଗରେ ବାଇକ୍ରେ ହାତଗୋଡ଼ ବାନ୍ଧି ନିଆଳ ପଥର ଖଣି ପାଣି ଭିତରେ ଫୋପାଡ଼ି ଦେଇଥିଲେ।
ଏହି ଘଟଣାର ତଦନ୍ତ କରି ପୋଲିସ୍ ଅଭିଯୁକ୍ତ ମହିଳାଙ୍କ ସମେତ ତାଙ୍କ ପୁଅ ମହିଫୁଜ୍, ମସହୁର ରହେମାନ, ଅବଦୁଲ ମସହୁରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଧାରୁଆ ଛୁରୀ, ଲୁହା ରଡ୍, ଗୋଟିଏ ମୋଟରସାଇକେଲ ଓ ନଗଦ ୨ ଲକ୍ଷ ଟଙ୍କା ପୋଲିସ୍ ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)