• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ।  ଏସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। 

ଅନ୍ୟପକ୍ଷେ, ଜୁନ୍‌ ୧୪ ସୁଦ୍ଧା ରାଜ୍ୟରେ ମୌସୁମୀ ଋତୁର ହାରାହାରି ବର୍ଷା ୧୪.୧ ମି.ମି. ଥିଲା। ଯାହା ସ୍ୱାଭାବିକ ବର୍ଷା ଠାରୁ ୮୦% ନିଅଣ୍ଟିଆ ରହିଥିଲା। ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ସହ ଗତକାଲି ୨୧ ତାରିଖ ସୁଦ୍ଧା ଏହି ବର୍ଷା ପରିମାଣ ୭୮.୭ ମି.ମି. ସହ ୭ ଦିନରେ ୪୨% ନିଅଣ୍ଟିଆ ଭରଣ ହୋଇ ବର୍ତ୍ତମାନ ସ୍ୱାଭାବିକ ବର୍ଷା ଠାରୁ ୩୮% କମ ରହିଛି।