Advertisment

ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।

author-image
Rajalaxmi Sahoo
Tribal lock horns with Bengali community in Malkangiri over govt land encroachment

Tribal lock horns with Bengali community in Malkangiri over govt land encroachment

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାର ଏମ୍‌ପିଭି-୨ ଠାରେ ସରକାରୀ ଜମିକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। 

Advertisment

କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।  ୫ ଦିନ ପୂର୍ବରୁ ଏମ୍‌ପିଭି-୨ ଗ୍ରାମବାସୀ ଏହି ବନ୍ଧ ହିଡକୁ ବାନ୍ଧିଥିଲେ। ସରକାରୀ ଜାଗାଟି ଆଦିବାସୀ ସମ୍ପ୍ରଦାୟ ସେମାନଙ୍କର ବୋଲି ଦାବି କରି ଆସୁଥିବା ବେଳେ, ବଙ୍ଗାଳି ସମ୍ପ୍ରଦାୟର ଲୋକ ଏହାକୁ ଛାଡିବାକୁ ନାରାଜ। 

ଏନେଇ ଆଜି ସକାଳେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଖବର ପାଇ ମାଲକାନଗିରି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ୬ ମାସ ମଧ୍ୟରେ ୪ଟି ସ୍ଥାନରେ ସରକାରୀ ଜମିକୁ ନେଇ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।

Advertisment
Land Dispute Bengali Community Govt Land Encroachment Tribal Community
Advertisment
Advertisment