Advertisment

ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ- ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ଟକ୍କର

ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today Presidential Polls

Today Presidential Polls

ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର। ସକାଳ ୧୦ ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ। ମତଦାନ ପାଇଁ ସଂସଦ ଭବନ ଏବଂ ବିଧାନସଭାରେ ପ୍ରସ୍ତୁତି କରାଯାଇଛି। ଆଜି ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ପ୍ରଥମ ଦିନରେ ହିଁ ଭୋଟ୍ ଦେଉଛନ୍ତି ସାଂସଦ ଓ ବିଧାୟକମାନେ। ନିଜ ନିଜ ରାଜ୍ୟର ବିଧାନସଭାରେ ଭୋଟ୍ ଦେଉଛନ୍ତି।

Advertisment

NDA ସମେତ ବିଜେଡି, ଜେଏମ୍ଏମ୍, ଶିବସେନା, ଟିଡିପି, YSR କଂଗ୍ରେସ, ବିଏସ୍‌ପି, ଶିରୋମଣୀ ଅକାଳୀ ଦଳ, ଏଲ୍‌ଜେପି-ରାମବିଳାସ ପାର୍ଟି ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି।ସେହିପରି ଯଶୱନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ ଏବଂ ସିପିଏମ୍, ଡିଏମ୍‌କେ, ଆର୍‌ଜେଡି, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି, ନ୍ୟାସନାଲ୍ କନଫରେନସ୍, ପିଡିପି, ରାଷ୍ଟ୍ରୀୟ ଲୋକ ଦଳ, ଆର୍‌ଏସ୍‌ପି, ଆଇୟୁଏଲଏଲ୍, ଟିଆର୍‌ଏସ୍‌ ଭଳି ରାଜନୈତିକ ଦଳ। ଜୁଲାଇ ୨୧ରେ ଗଣତି ହେବା ପରେ ନୂତନ ରାଷ୍ଟ୍ରପତି କିଏ ହେବ ସେ ନେଇ ସ୍ପଷ୍ଟ ହେବ।  ଏହାପରେ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ।

ସେପଟେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଓ୍ୱାଇଏସଆର୍ କଂଗ୍ରେସ ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛି। ଗତ ଶନିବାର ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ NDA ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

Advertisment

ବିପକ୍ଷଙ୍କ ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲ୍‌ଭାଙ୍କ ନାଁ ଘୋଷଣା କରିଥିଲେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ମାର୍ଗାରେଟ୍ ଆଲ୍‌ଭା। ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି। ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ହେବ। 

Draupadi Murmu Presidential Elections 2022 Presidential Polls Jaswant Sinha
Advertisment
Advertisment