Advertisment

ଅର୍ଡର କଲେ ମଟର ପନିର, ଆସିଲା ଚିକେନ...୨୦ ହଜାର ଟଙ୍କା ଫାଇନ୍‌ ଗଣିଲା ରେଷ୍ଟୁରାଣ୍ଟ୍‌

ଅନ୍‌ଲାଇନ୍‌ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍‌ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।

author-image
Rajalaxmi Sahoo
Gwalior Restaurant Fined For Delivering Chicken Curry Instead Of Matar Paneer

Gwalior Restaurant Fined For Delivering Chicken Curry Instead Of Matar Paneer

ଆପଣମାନେ ଏମିତି ଅନେକ ଘଟଣା ଦେଖିଥିବେ ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ବେଳେ ଭୁଲ୍‌ ଖାଦ୍ୟ ଡେଲଭିରି ହୋଇଥାଏ। ଆପଣ ଏକ ଖାଦ୍ୟ ଅର୍ଡର କରିଥିବେ, ହେଲେ ଡେଲିଭରି ବେଳେ ଭୁଲ୍‌ବଶତଃ ଆଉ ଏକ ଖାଦ୍ୟା ଆସି ଯାଇଥାଏ। ଯଦି ଜଣେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ଆମିଷ ଖାଦ୍ୟ ମିଳିବ, ତା’ହେଲେ ପରିସ୍ଥିତି କ’ଣ ହେବ ? ଟିକେ ଭାବନ୍ତୁ। ଏମିତି ଏକ ଘଟଣା ଘଟିଛି ଗ୍ୱାଲିୟରରେ।

Advertisment

ଗ୍ୱାଲିୟରର ଏକ ପରିବାର ଅନ୍‌ଲାଇନ୍‌ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍‌ ଡେଲିଭରିରେ ତାଙ୍କ ପାଖକୁ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର କରିଥିଲେ। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି। 

ସୂଚନା ନଅସାରେ, ଗ୍ୱାଲିୟର ସିଟିରେ ଥିବା ଜିୱାଜି କ୍ଲବ୍‌ କିଚେନରୁ ଏହି ପରିବାର ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିଥିଲେ। ହେଲେ ଏହି ପରିବାର ସଦସ୍ୟ ସେତେବେଳେ ଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ମଟର ପନିର ଲବାବଦର୍‌ ସ୍ଥାନରେ ଚିକେନ୍‌ ତରକାରୀ ମିଳିଥିଲା।

Advertisment

ଫୁଡ୍‌ ଡେଲିଭରିରେ ଚରମ ଅବହେଳା ନେଇ ଏହି ପରିବାର କନ୍‌ଜ୍ୟୁମର ଫୋରମ୍‌ରେ ଏକ ପିଟିସନ ଦାଖଲ କରିଥିଲେ। ଏହା ସେମାନଙ୍କର ମନର ଭାବନାକୁ ଆଘାତ ଦେଇଥିବା ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା। ଏହାପରେ କନ୍‌ଜ୍ୟୁମର ଫୋରମ୍‌ ଫୁଡ୍‌ ଡେଲିଭରିରେ ଅବହେଳା ନେଇ ସମ୍ପୃକ୍ତ ରେଷ୍ଟୁରାଣ୍ଟକୁ ୨୦ ହଜାର ଟଙ୍କା ଜରିମାନା କରିଥିଲା।

Online Food Order Online Food Delivery
Advertisment
Advertisment