Advertisment

୮ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଇଞ୍ଜିନିୟର ଛାତ୍ର, ସୁଇସାଇଡ୍‌ ନୋଟ୍‌ ଜବତ

୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। ପୋଲିସ୍‌ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି।

author-image
Rajalaxmi Sahoo
Engineering Student Dies By Suicide In Pune

Engineering Student Dies By Suicide In Pune

୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ନହେବା ଭୟରେ ୨୧ ବର୍ଷୀୟ ଇଞ୍ଜିନିୟର ଛାତ୍ର ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ମହାରାଷ୍ଟ୍ରର ପୁଣେ ସହରରେ ଶୁକ୍ରବାର ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ୱେଷ୍ଟର୍ଣ୍ଣ ପୁଣେ ହିଞ୍ଜୱାଡି ନିକଟସ୍ଥ ସସ୍‌ଗାଓଁ ଅଞ୍ଚଳରେ ଥିବା ନିଜ ବାସଭବନର ୮ ମହଲାରୁ ଛାତ୍ର ଜଣକ ଡେଇଁପଡ଼ିଥିବା ଜଣାପଡ଼ିଛି। ଏକ ଜଣାଶୁଣା ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ସେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ। ସେ ଚତୁର୍ଥ ବର୍ଷ ଛାତ୍ର ଥିଲେ। 

ପୋଲିସ୍‌ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। କୋର୍ସ ଶେଷ ହେବା ପରେ ସେ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ପାଇବେ ନାହିଁ ବୋଲି ତାଙ୍କର ଭୟ ଥିଲା। ଯାହାକୁ ନେଇ ସବୁବେଳେ ସେ ଚିନ୍ତାରେ ରହୁଥିଲେ। ସୁଇସାଇଡ୍‌ ନୋଟ୍‌ରେ ଛାତ୍ର ଜଣକ ଏହାକ ଉଲ୍ଲେଖ କରିଛନ୍ତି। ତେଣୁ ଏଥିଯୋଗୁ ସେ ଆତ୍ମହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। 

Advertisment

ଅନ୍ୟପକ୍ଷେ, ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି। 

Engineering Student Engineering Student Death
Advertisment
Advertisment