/odishatv-khabar/media/post_attachments/uploadimage/library/16_9/16_9_0/s_1658051331.jpg)
Again India Creates History: Cross 200 Crore Mark In Covid Vaccine Doses
ଟିକାକରଣରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ଭାରତ। ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୨୦୨୧ ମସିହା ଜାନୁଆରୀ ୧୬ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
Advertisment
ତେବେ ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ ୨୦୦ କୋଟି ମାର୍କକୁ ପାର୍ କରିଛି। ଏହି ଅଭିଯାନରେ ୫ କୋଟି ୪୮ ଲକ୍ଷ ବୁଷ୍ଟର ଡୋଜ୍ ବି ରହିଛି। ପ୍ରଥମ ୧୦୦ କୋଟି ଟିକାକରଣ ୨୭୭ ଦିନରେ ହାସଲ ହୋଇଥିଲା। ଏହାସହ ଗୋଟିଏ ଦିନରେ ଅଢ଼େଇ କୋଟି ଟିକା ନେବା ଭଳି ବିରଳ ରେକର୍ଡ ବି ଭାରତରେ ହୋଇଛି।
ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ। ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)