ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।
ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କ ମା’ଙ୍କ ପାଖକୁ ଶ୍ୱେତା ପଠାଇଥିବା ଏହି ଚାର୍ଟିଂରେ ଶ୍ୱେତା ସୌମ୍ୟଜିତ୍ ତାଙ୍କ ସହ ରହିଥିବା କଥା ଉଲ୍ଲେଖ କରିଛନ୍ତି।
ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ।
ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା।
ପ୍ରାୟ ୨୫ ଜଣ AAP ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
‘୨୦୨୪ ପାଇଁ ଏକଜୁଟ୍ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି
ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସଂଗ୍ରହ ହୋଇଛି। ଏହାସହ ସୁନା ଓ ରୁପା ମଧ୍ୟ ସଂଗ୍ରହ ହୋଇଛି।
ଡାକ୍ତରୀ ଟିମ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ଆଶା ଓ ଭରସା ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ।
ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।
କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ସତ ସାମ୍ନାକୁ ଆସିଛି।
କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା।
ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍ ୪୪୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନରୁ ୨୦୨୨ ମସିହା ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ୯୫୨.୬ ମି.ମି. ବର୍ଷା ରେକର୍ଡ ହୋଇଛି।
କମଳା ପୁଜାରୀଙ୍କ କିଡ୍ନୀ ଜନିତ ରୋଗ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ SCB ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୩ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ବୁଲିଅନ୍ ମାର୍କେଟ୍ରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।
ବେଆଇନ୍ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍ ବେଳେ ୨ଟି AK 47 ରାଇଫଲ୍ ମିଳିଛି।
ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍ କରିଛନ୍ତି।