ଦିଲ୍ଲୀ ରାଜନୀତିରେ ହଟଚମଟ। ମିଳୁ ନାହାନ୍ତି ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ଅନେକ ବିଧାୟକ। ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବାକୁ ନେଇ ଆଶଙ୍କା ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବିଧାୟକଙ୍କ ବୈଠକ ଡାକିଛନ୍ତି। ହେଲେ ବୈଠକରେ ୫୮ ବିଧାୟକ ଯୋଗ ଦେଇଥିବା ବେଳେ ଦିଲ୍ଲୀର ଅନେକ ବିଧାୟକଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି।
ପ୍ରାୟ ୨୫ ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି। କେଜ୍ରିୱାଲ୍ ଡକାଇଥିବା ବୈଠକକୁ ଅନେକ ବିଧାୟକ ଆସି ନାହାନ୍ତି। ଫଳରେ ଏନେଇ ଆପ୍ ବିଧାୟକମାନେ ବିଜେପିକୁ ଦୋଷାରପ କରିଛନ୍ତି। ଅଭିଯୋଗ ଆସିଛି ଯେ, ‘ ଦିଲ୍ଲୀରେ କେଜ୍ରିୱାଲ୍ଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିବାକୁ ଆପ୍ ବିଧାୟକଙ୍କୁ ବିଜେପି ୨୦ କୋଟି ଟଙ୍କା ଅଫର୍ କରିଛି।’
ଅନ୍ୟପକ୍ଷେ, ଆପ୍ର ଏହି ପ୍ରସଙ୍ଗକୁ ବିଜେପି ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛି।