Advertisment

ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ସୁନା ଦର

ଆଜି ସକାଳେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୩ ଟଙ୍କାରେ କାରବାର ଚାଲିଥିଲା।  ଗତକାଲି ବୁଲିଅନ୍‌ ମାର୍କେଟ୍‌ରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Price Today

Gold Price Today

ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା, ରୁପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୫୨ ହଜାର ଟଙ୍କା କମ୍‌ରେ କାରବାର ଚାଲିଛି। ଆଜି ସକାଳେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୩ ଟଙ୍କାରେ କାରବାର ଚାଲିଥିଲା। 

Advertisment

MCXରେ ସୁନା ଆଜି ପ୍ରତି Ounceକୁ ୧୭୪୭ ଡଲାରରେ କାରବାର ଚାଲିଛି। ଗତକାଲି ବୁଲିଅନ୍‌ ମାର୍କେଟ୍‌ରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୫୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୫,୦୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୨୫୦ ଟଙ୍କା ରହିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୨୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ରୁପା ପ୍ରତି କିଲୋକୁ ୫୧,୫୫୦ ଟଙ୍କା ରହିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today Gold Silver Price
Advertisment
Advertisment