ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।
୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ। ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍କୁ ଏକ ଟ୍ରକ୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍ ଡେକର୍ ବସ୍ର ଟାୟାର ପଙ୍କଚର୍ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
୨ ବର୍ଷ ପରେ କରୋନା କଟକଣା ହଟିବା ପରେ ଜୀବନଜୀବିକା ଏବେ ଟ୍ରାକ୍କୁ ଫେରିଥିବା ଦେଖିବାକୁ ମିଳିଛି। ପାର୍ବଣ ପାଇଁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଖରେ ଏବେ ତର ନାହିଁ।
ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩ ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।
କଥାରେ ଅଛି, ଅପରାଧୀ ଯେତେ ହୁସିଆର ହେଲେ ବି ଗୋଟିଏ ଭୁଲ୍ ଧରାପକାଇ ଦେଇଥାଏ। ଦିଲ୍ଲୀର ପାହାଡ଼ଗଞ୍ଜ ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟ୍ କରିଥିବା ଲୁଟେରାଙ୍କ ସହ ଏପରି କିଛି ଘଟିଛି। ୪ କୋଟି ଟଙ୍କାର ସୁନା ଅଳଙ୍କାର ସିନା ସେ ଲୁଟ୍ କରିଦେଲେ ମାତ୍ର ୪୦ ଟଙ୍କା ପାଇଁ ପୁରା...
ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି।
INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।
ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି।
ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।
ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି।
ଦ୍ରୁତ ଗତିରେ ଥିବା ଏକ କାର୍ ଅରାବଲ୍ଲି ଜିଲ୍ଲା ଅମ୍ବାଜି ନିକଟରେ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।
ପତ୍ନୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ସ୍ୱାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମାରିବା ପାଇଁ ଉଦ୍ୟମ କରିଥିଲେ।
୫ ପରେ ବର୍ଷାର ପରିମାଣ ବଢ଼ିବା ନେଇ IMD ସୂଚନା ଦେଇଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ତେଜସ୍ ମାର୍କ-ଟୁ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। DRDO ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ADA ମିଳିତ ଭାବେ ଏହି ଫାଇଟର ଜେଟ୍କୁ ବିକଶିତ କରିବେ।
ଅଭିନେତ୍ରୀ ଜ୍ୟାକଲିନ୍ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏତଦ୍ବ୍ୟତୀତ ଜ୍ୟାକଲିନ୍ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ।
ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା। ଏହି କଲ୍ର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା।
ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।
ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି।