/odishatv-khabar/media/post_attachments/uploadimage/library/16_9/16_9_0/____1661419094.jpg)
Woman's Dead Body Found Hanging In Bhubanewsar
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା ଧଳ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସନ୍ଧାନ ସ୍ଥିତ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର ହୋଇଛି।
Advertisment
ସୂଚନା ଅନୁସାରେ, ଗତକାଲି ପ୍ରଜ୍ଞା, ସ୍ୱାମୀଙ୍କ ସହ ମିଶି ପଡୋଶୀଙ୍କ ଘରେ ଭୋଜି କରିଥିଲେ। ତେବେ ଆଜି ସକାଳେ ନିଜ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପ୍ରଜ୍ଞାଙ୍କ ମୃତଦେହ ମିଳିବା ନେଇ ସନ୍ଦେହ ବଢ଼ିଛି। ରାତିରେ କ’ଣ ଘଟିଲା ସେ ମହିଳା ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି।
ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହ ନା ଅନ୍ୟ କିଛି କାରଣକୁ ନେଇ ପ୍ରଜ୍ଞାଙ୍କ ମୃତ୍ୟୁ ଘଟିଛି, ପୋଲିସ୍ ଏହାର ତଦନ୍ତ କରୁଛି। ଗତ ୬ ବର୍ଷ ପୂର୍ବେ ପ୍ରଜ୍ଞାଙ୍କ ବିବାହ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)