ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍ ଭ୍ୟାନ୍ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍ ଆଣିବା ସହ ଭ୍ୟାନ୍ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।
ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ।
ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।
ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍ ଗ୍ଳାସ୍କୁ ବାହାର କରାଯାଇଛି। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ।
ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଓଟିଭି ଖବର ପ୍ରସାରଣ ହୋଇଥିଲା। ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଓଟିଭି ଦେଖାଇଥିଲା।
୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି।
ମୁମ୍ବାଇ ପୋଲିସ୍ ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ୱାଟ୍ସଆପ୍ରେ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି। ସହରରେ ୨୬/୧୧ ଭଳି ଆକ୍ରମଣ କରି ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।
ଟେକ୍ନିକାଲ ସମସ୍ୟା ଯୋଗୁ ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍ଲୋଡ୍ ହୋଇପାରୁନାହିଁ।
ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲିଟିର ୯୫ ଜଣ କର୍ପୋରେଟର ରାସ୍ତାରେ ଅଟକି ରହିଛନ୍ତି। କୁଲୁମନାଲି ନିକଟ ଘାଟିରେ ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ରାସ୍ତାରେ ଅଟକି ରହିଛନ୍ତି କର୍ପୋରେଟରମାନେ।
ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।
ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି।
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ।
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍ଲୋଡ୍ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍ ଚ୍ୟାନେଲ୍କୁ ବ୍ଲକ୍ କରିଛି। ବ୍ଲକ୍ ହୋଇଥିବା ୮ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି।
ଖୁବ୍ଶୀଘ୍ର Apple ଏହାର iPhone 14 ଲଞ୍ଚ୍ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।
ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା।
CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍ ଭିତରୁ ବନ୍ଧୁକ ବାହାର କରି ହଠାତ୍ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।
ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।