Advertisment

ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ବାହାରିଲା ୧ କୋଟିରୁ ଅଧିକ ଟଙ୍କା

ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସଂଗ୍ରହ ହୋଇଛି। ଏହାସହ ସୁନା ଓ ରୁପା ମଧ୍ୟ ସଂଗ୍ରହ ହୋଇଛି।

author-image
Rajalaxmi Sahoo
Above 1 Crore Money collected From Donation Box Of Maa Majhighariani Temple In Rayagada

Above 1 Crore Money collected From Donation Box Of Maa Majhighariani Temple In Rayagada

ରାୟଗଡା ସହର ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢି ଖୋଲା ହୋଇଛି। ହୁଣ୍ଡିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା, ୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ ହୋଇଛି। ଏହା ସର୍ବକାଳୀନ ରେକର୍ଡ଼ ବୋଲି ଜଣାପଡ଼ିଛି।

Advertisment

୨୦୨୨ ମସିହା ମାର୍ଚ୍ଚ ୧୬ ତାରିଖରେ ଶେଷ ଥର ହୁଣ୍ଡି ଖୋଲା ଯାଇଥିଲା। ଏଥିପାଇଁ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ମହିଳା ସେଚ୍ଛାସେବୀ ସଂଗଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କ ସହିତ ୧୫୦ ଜଣ ଗଣନ୍ତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। 

ଏହି ସମୟରେ ହୁଣ୍ଡି ରୁ ୭୫ ଲକ୍ଷ ୮୮ ହଜାର ୪୦୫ ଟଙ୍କା, ୫୪.୩୨ ଗ୍ରାମ ସୁନା ଓ ୨୬୦୬ ଗ୍ରାମ ରୁପା ସଂଗ୍ରହ ହୋଇଥିଲା। 

Advertisment

(ରିପୋର୍ଟ-ମାଉଡ଼ି ବାରିକ, ରାୟଗଡ଼ା)

Money Maa Majhighariani Temple Rayagada Maa Majhighariani Temple
Advertisment
Advertisment